ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସମିତିର ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଭଗବତି ହୋଟେଲ ଠାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନଙ୍କ କଲ୍ୟାଣ ସମିତିର ପ୍ରଥମ ସଂଗଠନିକ ବୈଠକ ୧୭ଟି ଜିଲ୍ଲାରୁ ଆସିଥିବା ସଦସ୍ୟମାନଙ୍କୁ ନେଇ ଆୟୋଜିତ ହୋଇଥିଲା । ଏହି ସଭାରେ ଦ୍ୱାରିକା ନାଥ ପଟେଲ ସଭାପତିତ୍ୱ କରିଥିଲେ । ଏଆଇଆର୍‌ଆର୍‌ବିଇଏର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ ହୋଇଥିବା ନେସନାଲ ଫେଡେରସନ୍‌ ଅଫ୍‌ ରିଟାୟର୍ଡ ରିଜୋନାଲ ରୁରାଲ ବ୍ୟାଙ୍କ ଷ୍ଟାଫ୍‌ ଫେଡେରସନର ସାଧାରଣ ସଂପାଦକ ଗଣପତି ହେଗେଡେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଶ୍ରୀ ହେଗେଡେ ସର୍ବ ଭାରତୀୟ ସ୍ତରରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ନେଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ସର୍ବ ସମ୍ମତିକ୍ରମେ ନୂତନ ଭାବରେ ସମିତି ଆଚରଣ ବିଧି ଗୃହିତ ହୋଇଥିଲା । ଅବଶେଷରେ ସଭାପତି ଭାବରେ ଦ୍ୱାରିକା ନାଥ ପଟେଲ, ସାଧାରଣ ସଂପାଦକ ଭାବେ ଯୁଗଳ କିଶୋର ପଟେଲ, କୋଷାଧ୍ୟକ୍ଷ ଲଳିତ ମୋହନ ମହାକୁର ଏବଂ ସାଂଗଠନିକ ସଂପାଦକ ଭାବେ ଜୟନାରାୟଣ ତ୍ରିପାଠି ନିର୍ବାଚିତ ହୋଇଥିଲେ । ଏହି ସଭାରେ ଯୁଗଳ କିଶୋର ପଟେଲ, ମାଧବ ପଟିଆ, ଚିନ୍ତାମଣି ପାଣିଗ୍ରାହୀ, ପ୍ରଫୁଲ୍ଲ ନେପାକ, ଶିତିକଣ୍ଠ ମିଶ୍ର, ଶରତ କୁମାର ହୋତା ଓ ପୁଲିନ ମିଶ୍ର ମଂଚାସୀନ ରହି ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ଯୁଗଳ କିଶୋର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.