ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ବ୍ରହ୍ମପୁର ବଡବଜାର ପୁଲିସ୍ ପକ୍ଷରୁ ଚଢାଉ : ୩ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) :ଆଜି ବ୍ରହ୍ମପୁର ବଡବଜାର ପୁଲିସ୍ ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ଚଢାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ୍‌ଙ୍କ ମଧ୍ୟରେ ଜଣେ କନେଷ୍ଟବଳ ରହିଥିବା ଖବର ମିଳିଛି । କନେଷ୍ଟବଳ ଜଣକ ଚିନିମିନି ବାରିକ ବୋଲି ଜଣାପଡିଛି । ୪୦୪ ବୋତଲ, ୨ ଲିଟର ସ୍ପିରିଟ୍, ୧ ଲିଟର କାରମାଲ୍ ରଙ୍ଗ, ୧୦୦ ବୋତଲ ଠିପି, ୧୫୦ ଖାଲି ବୋତଲ, ୬୦ ଟି ଲେବଲ୍, ଗୋଟିଏ ଅଟୋ ପୋଲିସ ଜବତ କରିଥିବା ସୂଚନା ରହିଛି । କନେଷ୍ଟବଳ ନିଜେ ନକଲି ମଦ ପ୍ରସ୍ତୁତ କରିବାରେ ଲିପ୍ତ ଥିବା ଏସ୍‌ଡିପିଓ ବିଷ୍ଣୁ ପତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.