କାଳ ବୈଶାଖୀର ପ୍ରଭାବରେ ବିଦ୍ୟାଳୟର ଟିଣ ଉଡ଼ିଗଲା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁଇଦିନ ହେଲା କାଳ ବୈଶାଖୀର କରାଳ ରୂପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନରେ ସ୍କୁଲ ଘର ଭାଙ୍ଗିଯିବା ସହ ଟିଣ ଉଡିଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ହାତୀମୁଣ୍ଡା ଗ୍ରାମ ପଞ୍ଚାୟତର ବୁଜୁଲି ପ୍ରାଥମିକ ବିଦ୍ୟାଳୟ ଉପରେ ଗଛ ପଡି ଟିଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ପିଲାମାନେ କିପରି ପାଠପଢା କରିବେ ସେନେଇ ଚିନ୍ତାରେ ଅବିଭାବକ ଓ ଛାତ୍ରଛାତ୍ରୀ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସ୍କୁଲକୁ ମରାମତି କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.