csstore

ଢେଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଙ୍ଘର କଙ୍କଡ଼ାହାଡ଼ ଠାରେ ନୂତନ ଶାଖା ଅନୁଷ୍ଠିତ

କଙ୍କଡ଼ାହାଡ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଠାରେ ଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଏକ ନୂତନ ୱେବ୍ ମିଡ଼ିଆ ସାମ୍ବାଦିକ ସଙ୍ଘ ଗଠନ କରାଯାଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଙ୍ଘର କାର୍ଯ୍ୟରତ ସଭାପତି ଧବଳ ପ୍ରସାଦ ସାହୁ, ଉପସଭାପତି ପ୍ରବୀଣ ନାଏକ, କୋଶାଧକ୍ଷ କିଶୋର ଚନ୍ଦ୍ର ପାଲ୍ ଏବଂ ସହ ସଂଯୋଜକ ପ୍ରହ୍ଲାଦ ମୁଦୁଲି ଆସି ଯୋଗ ଦେଇଥିଲେ । କଙ୍କଡ଼ାହାଡ଼ ଠାରେ ଥିବା ସମସ୍ତ ଜନସାଧାରଣଙ୍କର ସବୁ ସମୟରେ ସମସ୍ତ ପ୍ରକାରର ସମସ୍ୟାକୁ ଦୂର କରିବା ଏବଂ କଙ୍କଡ଼ାହାଡ଼ ଅଞ୍ଚଳକୁ ଏକ ଦୁର୍ନୀତି ମୁକ୍ତ ବ୍ଲକ ରୂପେ ଗଠନ କରିବା ସହ ସାମ୍ବାଦିକମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ନିମନ୍ତେ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ଏକ ଆଲୋଚନା କରାଯାଇଥିଲା । ଆଜି ଢେଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଙ୍ଘର ନୂତନ ଶାଖା କଙ୍କଡ଼ାହାଡ଼ ବ୍ଲକର ସଭାପତି ଅରବିନ୍ଦ ପାଲ୍, ଉପସଭାପତି ଦିପ୍ତିରଞ୍ଜନ ସାହୁ, ସମ୍ପାଦକ ଅଙ୍କୁର ସିଂହ, କୋସାଧକ୍ଷ ଲିପୁନ୍ ବେହେରା ଏବଂ ସହ ସଂଯୋଜକ ଜିତେନ୍ଦ୍ର ପାଣି ସମସ୍ତ ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ ।

jayashree
Leave A Reply

Your email address will not be published.