ଜିଲ୍ଲା ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଅଧ୍ୟକ୍ଷା ଓ କାଉନ୍‌ସିଲର୍‌ଙ୍କୁ ଶୁଭେଚ୍ଛା : ଦାୟିତ୍ୱ ଗ୍ରହଣ କଲେ ଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଅଧ୍ୟକ୍ଷା ଓ କାଉନ୍‌ସିଲର୍‌ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ଏହି ଅବସରରେ ସ୍ଥାନୀୟ ମ୍ୟୁନିସିପାଲିଟିରେ ଏକ ସ୍ୱାଗତ ସମାବେଶର ଆୟୋଜନ କରାଯାଇଥିବା ବେଳେ ଏଥିରେ ଉପ-ଜିଲ୍ଲାପାଳ ଲମ୍ବୋଦର ଧରୁଆ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଅଧ୍ୟକ୍ଷା ଓ କାଉନ୍‌ସିଲର୍‌ମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ଧରୁଆ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ବିଧିବଦ୍ଧ ଭାବରେ ଆଜି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀମତୀ ଲିକା ସାହୁ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଜେଡ଼ି ନେତା ଓ କର୍ମୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.