ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଲେ ଛାତ୍ରଛାତ୍ରୀ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଚଳିତ ମାସ ଅକ୍ଟୋବର ୨୭ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଆଜି ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଇଂରାଜୀ ଓ ଓଡିଆରେ ” ଦୁର୍ନୀତି ନିବାରଣ” ଆମ ସାମୂହିକ ଦାୟିତ୍ୱ” ବିଷୟବସ୍ତୁ ଉପରେ ଆଧାରିତ ବକ୍ତୃତା ଏବଂ କାର୍ଟୁନ କମ କ୍ୟାପସନରେ ଆଣ୍ଟି କରପ୍ସନ ” ବିଷୟ ବସ୍ତୁ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଦୁର୍ନୀତି ନିବାରଣ ବିଭାଗ, ବାରିପଦା ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାରେ ଦୁର୍ନୀତି ନିବାରଣ ବିଭାଗ, ବାରିପଦାର ଆରକ୍ଷୀ ନିରୀକ୍ଷକ ବିକାଶ ରଞ୍ଜନ ସ୍ୱାଇଁ ଓ କନେଷ୍ଟବଳ ବ୍ରଜକିଶୋର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଯୋଗ ଦେଇଥିଲେ । ବିଚାରକ ଭାବେ ଅଧ୍ୟାପକ ସମରେନ୍ଦ୍ର ବସା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅତୁଲ କୁମାର ପରିଡା, ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ, ପ୍ରଧାନଶିକ୍ଷକ ଅମିତାଭ ମିଶ୍ର, ଶିକ୍ଷକ ଦୀପକ ରାମ, ସରୋଜ କୁମାର ମହାନ୍ତ, ମହେଶ୍ୱର ମାରାଣ୍ଡି ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ । ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ଏମକେସି ସରକାରୀ ଉଚ୍ଚ ବିଦ୍ୟାଳୟ, ବାରିପଦାର ନବଜିତ ସାସମଲ, ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦାର ଶ୍ରଦ୍ଧାସୁମନ ଜେନା, ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦାର ଆଦ୍ୟାଶା ଦାସ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଓଏଭି, ବେତନଟୀର ଜାହ୍ନବୀ ପଢ଼ିଆରୀ, ଓଏଭି ମୋରଡାର ପ୍ରଭୁପଦ ନାୟକ, ଓଏଭି, ରାଣୀଭୋଳର ଔରଜ୍ୟୋତି ପ୍ରଧାନ ଏବଂ କାର୍ଟୁନ କମ କ୍ୟାପସନ ପ୍ରତିଯୋଗିତାରେ ଓଏଭି, ବେତନଟୀର ବିଷ୍ଣୁପ୍ରିୟା ମହାପାତ୍ର, ବଳଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସନିତା ସିଂ, ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜ୍ୟୋତ୍ସ୍ନା ବେହେରା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ମନୋଜ ପରିଡା, ଅଫିସ ସହାୟକ ପ୍ରବୀର କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ । ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନେ ଚଳିତ ଅକ୍ଟୋବର ମାସ ୩୦ ତାରିଖରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ।

Leave A Reply

Your email address will not be published.