jayashree

ମାନବିକତାର ପ୍ରତିପାଦନ କରି ଅର୍ଣ୍ଣବ ରିଲିଫ୍ ପାଣ୍ଠିକୁ ଛତ୍ରପୁର ୟୁରୋ ସ୍କୁଲ ଏକ ଲକ୍ଷ ଟଙ୍କା ଦାନ କଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ପାଇଁ ଅର୍ଣ୍ଣବ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି ଛତ୍ରପୁର ୟୁରୋ ସ୍କୁଲ । ଶିଶୁ ଦିବସର ପବିତ୍ର ଅବସରରେ ସ୍କୁଲର ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ସାକ୍ଷାତ କରି ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଜିଲ୍ଲାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ଏଭଳି ମହତ୍ ପଦକ୍ଷେପ ନେଇ ୟୁରୋ ସ୍କୁଲ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି । ସ୍କୁଲର ଏହି ସାମାଜିକ ଦାୟିତ୍ୱବୋଧ ଓ ମାନବିକତାପୂର୍ଣ୍ଣ କାର୍ଯ୍ୟକୁ ଜିଲ୍ଲାପାଳ ମଧ୍ୟ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । କେବଳ ଶିକ୍ଷାଦାନ ନୁହେଁ, ବିଭିନ୍ନ ସମୟରେ ସାମାଜିକ ସେବା ଓ ଜନସଚେତନତା କାର୍ଯ୍ୟରେ ମଧ୍ୟ ୟୁରୋ ସ୍କୁଲର ଅବଦାନ ଉଲ୍ଲେଖନୀୟ । ବିପତ୍ତି ସମୟରେ ବିପନ୍ନଙ୍କ ପାଖରେ ଠିଆ ହୋଇ ସ୍କୁଲ କର୍ତ୍ତୃପକ୍ଷ ପୁଣିଥରେ ପ୍ରମାଣ କରିଛନ୍ତି ଯେ, ଶିକ୍ଷା ସହ ସେବା ଓ ମାନବିକତା ହିଁ ପ୍ରକୃତ ମହତ୍ତ୍ୱ । ଛତ୍ରପୁର ୟୁରୋ ସ୍କୁଲର ଏହି ମହତ୍ ପଦକ୍ଷେପକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.