ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ସହକାରୀ ଜିଲ୍ଲାପାଳ ହରେକୃଷ୍ଣ ମେହେର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପଶାୟତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ଦ୍ଵାରା ଜାତୀୟ ପତାକା ଧରି ମୁରିବାହାଲ ସଦରବସ୍ତି ଶେଷ ମୁଣ୍ଡରେ ଥିବା ମାହେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ପଦଯାତ୍ରା କରାଯାଇଥିଲା । ଏହାପରେ ବସ୍ତି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଚେତନତା ବାର୍ତ୍ତା କ୍ରମରେ ଏକ ପଥପ୍ରାନ୍ତ ନାଟକ ଅଭିନୀତ ହୋଇଥିଲା । ପଦଯାତ୍ରାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏଥିରେ ଅଧ୍ୟାପକ ଘନଶ୍ୟାମ ଖମାରୀ, ପ୍ରେମଚାନ୍ଦ ତାଣ୍ଡି, ଭ୍ରୀଙ୍ଗରାଜ ରଣା, ଛନ୍ଦାଚରଣ ଖୁଣ୍ଟିଆ, ପଙ୍କଜ ସାହୁ, ଫାଲଗୁନି ଦାସ, ବାବୁଲା ନାଏକ, ପର୍ଶୁରାମ ବାଗ, ମୀରାବାଇ ଗଡତ୍ୟା, ଶୈଳିକା ନାଏକ, ସରିତା ରଣା, ଯଶୋସ୍ମିତା ବେହେରା ଓ ଡମ୍ୱରୁ ରଣାଙ୍କ ସହ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସାମିଲ ହୋଇ ଏକ ଭକ୍ତିପୂର୍ଣ୍ଣ ଓ ଦେଶଭକ୍ତି ପରିବେଶ ସୃଷ୍ଟିରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା ହୋଇଥିଲା ।