oom

ବିଜେଡି ଛାଡି ବିଜେପି ଯୋଗଦେଲେ ପୂର୍ବତନ ଚେୟାରମ୍ୟାନ ପ୍ରୀତମ ମେହେର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଅଶୋକ ପଡ଼ିଆଠାରେ ଭାରତୀୟ ଜନତା ପାର୍ଟି ତରଫରୁ ବରଗଡ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭାରତୀୟ ଜନତା ପାର୍ଟିର ନିତି ଆଦର୍ଶ, ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ଵ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ହଜାର ହଜାର ସଂଖ୍ୟକ ବିଜେଡ଼ି କର୍ମୀ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ପଦ୍ମପୁର ପୂର୍ବତନ ଏନଏସି ଚେୟାରମ୍ୟାନ ପ୍ରୀତମ ମେହେର, ପୂର୍ବତନ ପଦ୍ମପୁର ଏନ୍ ଏ ସି ଚେୟାରମ୍ୟାନ ମିନାକ୍ଷୀ ମେହେର, ମେଲଛାମୁଣ୍ଡା ସରପଞ୍ଚ ପ୍ରତ୍ୟୁଷ ଭୋଇ, କନସିଂହା ସରପଞ୍ଚ ଟଙ୍କଧର ସ୍ଵାଇଁ, ଜମରତଲା ସରପଞ୍ଚ ବିଧୁ ଭୂଷଣ ଚାନ୍ଦ, ପରମାନନ୍ଦ ସାହା, ଅନେକ ଯୁବ ନେତା ପ୍ରମୁଖ ଦଳରେ ଯୋଗ ଦେଇଛନ୍ତି । ଏହା ମାଧ୍ୟମରେ ପଦ୍ମପୁରରେ ଭାରତୀୟ ଜନତା ପାର୍ଟି ଆହୁରି ସୁଦୃଢ ହେବ । ଏହି ଅବସରରେ ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଜିଲ୍ଲା ସଭାପତି ଅରୂପା ନନ୍ଦ ସାହୁ, ଆମ ଦଳର ପଦ୍ମପୁର ବିଧାନସଭା ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇ, ସ୍ଥାନୀୟ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.