oom

ନିଟ ୟୁଜି ୨୦୨୫ରେ ତୁଷୁରାର ରିଜୁଲ ଜୈନ ଓଡିଶା ଟପ୍ପର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଟ ୟୁଜି ୨୦୨୫ ପ୍ରବେଶିକା ପରୀକ୍ଷାରେ ତୁଷୁରାର ରିଜୁଲ ଜୈନ ସର୍ବ ଭାରତୀୟ ସ୍ତରରେ ୪୭ ରେଙ୍କରେ ଆସି ଓଡିଶା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି । ତାଙ୍କର ଜାଆଁଳା ଭାଇ ସୁବ୍ରତ ଜୈନ ମଧ୍ୟ ସର୍ବ ଭାରତୀୟ ସ୍ତରରେ ୧୬୭୫ ରେଙ୍କ ସହ ପ୍ରଥମ ଚେଷ୍ଟାରେ ସଫଳତା ହାସଲ କରିଛନ୍ତି । ଉଭୟେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ ଓ ଅଙ୍ଗୁରୀ ଦେବୀଙ୍କ ପୌପୁତ୍ର ଓ ବିଶିଷ୍ଟ ବ୍ୟବସାୟୀ ରାକେଶ ଜୈନ ଓ ସୀମା ଜୈନଙ୍କ ସୁପୁତ୍ର ଅଟନ୍ତି । ରିଜୁଲ ଓ ସୁବ୍ରତ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବଲାଙ୍ଗିର ଲିଟିଲ୍ ଫ୍ଲାୱାର୍ ସ୍କୁଲରେ ସମାପନ ପରେ ରିଚମୋହନ ଗ୍ଲୋବାଲ ସ୍କୁଲ ପଶ୍ଚିମ ବିହାର ନୂଆଦିଲ୍ଲୀଠାରେ ଯୁକ୍ତଦୁଇ ଶିକ୍ଷା ଗ୍ରହଣ କରିଥିଲେ । ତତ୍ପରେ ରାଜସ୍ଥାନର କୋଟାରେ ଉଭୟ ଏଲେନ୍ କୋଚିଂ ସେଣ୍ଟରଠାରେ କୋଚିଂ ନେଇ ପ୍ରଥମ ଚେଷ୍ଟାରେ ସଫଳତା ଲାଭ କରିଛନ୍ତି । ରାଜସ୍ଥାନରୁ ଫେରିଲା ପରେ ସମସ୍ତ ପ୍ରମୁଖ ପ୍ରିଣ୍ଟ ମିଡିଆ ଓ ଇଲୋକ୍ଟ୍ରୋନିକ୍‌ସ ମିଡିଆର ପତ୍ରକାରମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯଇଛି । ଜୈନ ପରିବାର ତରଫରୁ ସେଲିବ୍ରେସନ କରିଥିଲେ । ଏଥିରେ କାକା ସନ୍ଦୀପ ଆନନ୍ଦ, କାକୀ ରଞ୍ଜୁ ଜୈନ ଓ ଭାଇ ସିଦ୍ଧାର୍ଥ ଉପସ୍ଥିତ ଥିଲେ । ଶେଷରେ ଭଉଣୀ ଅନୁଷ୍କା ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.