
- ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଉନ୍ନତିକରଣ ନିମନ୍ତେ ୧ କୋଟି ଟଙ୍କା ଅଟକଳ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ମନ୍ଦିର ପରିସରରେ ବୃକ୍ଷ ରୋପଣ କଲେ ମାନ୍ୟବର ମନ୍ତ୍ରୀ ଏବଂ ସାଂସଦ
ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଆଜି ପଦ୍ମପୁର ଇନଡୋର ଷ୍ଟାଡିୟମ ଠାରେ ଉପଖଣ୍ଡ ସ୍ତରୀୟ ବିକାଶ ମେଳାକୁ ବରଗଡ଼ ଜିଲ୍ଲା ପ୍ରଭାରି ତଥା ମନ୍ତ୍ରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଡ଼ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ରାଜ୍ୟ ସରକାରଙ୍କ ଏକ ବର୍ଷର ସେବା, ସୁଶାସନ ଓ ସଫଳତାର କଥା କହିଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନା ଭଳି ଭିଭିନ୍ନ ସରକାରୀ ଯୋଜନାରେ ସହାୟତା ରାଶି ଏବଂ କାର୍ଯ୍ୟାଦେଶ ପ୍ରଦାନ କରିବା ସହ ପଦମପୁର ଉପଖଣ୍ଡର ସଫଳ କଳା ଧାନ ଚାଷୀ ଭାବେ ଝାରବନ୍ଦ ବ୍ଲକ ମହାଗାଁର ଗୁଣନିଧି ନାୟକ, ଜମରତଲା ଗ୍ରାମର ସଫଳ କପା ଚାଷୀ ରବିନ୍ଦ୍ର ସାହୁ, ସଫଳ ସୁଭଦ୍ରା ହିତାଧିକାରୀ ଭାବେ ମହୁଲପାଲିର ଡାଳିମ୍ବ ସାହୁ ଏବଂ ସଫଳ ଲକ୍ଷପତି ଦିଦି ଭୁମିସୁତା ସାହୁଙ୍କ ସମେତ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷାରେ ନିୟୋଜିତ ବିନ୍ଦ୍ୟବାସିନି ବନ ସୁରକ୍ଷା ସମିତି ଜର୍ଜଗଡ, ଗୁରୁଣ୍ଡା ବନ ସୁରକ୍ଷା ସମିତି, ରାଇବାହାଦୁରପୁର ବନ ସୁରକ୍ଷା ସମିତି ଏବଂ ଧଉଲିବାହାଲ ବନ ସୁରକ୍ଷା ସମିତିକୁ ସମ୍ମାନିତ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବରଗଡ ସାଂସଦ ପ୍ରଦୀପ ପୁରୋହିତ ମଂଚାସୀନ ହୋଇ ଓଡିଶା ସରକାରଙ୍କ ଏକ ବର୍ଷର ସମସ୍ତେ ଉପଲବ୍ଧି ଏବଂ ଭାରତ ସରକାରଙ୍କ ୧୧ ବର୍ଷର ଉପଲବ୍ଧି ଗୁଡିକୁ ଉପସ୍ଥାପନ କରିଥିବା ବେଳେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଲ ମୋତିରାମ ଚୌହାନ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା ମଂଚାସୀନ ଥିଲେ । ଏହା ପରେ ଅପରାହ୍ନ ୦୩.୦୦ ଘଟିକା ସମୟରେ ଜିଲ୍ଲା ପ୍ରଭାରି ତଥା ମନ୍ତ୍ରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଡ଼ା ମୁକେଶ ମହାଲିଙ୍ଗ ଏବଂ ସାଂସଦ ପ୍ରଦୀପ ପୁରୋହିତ ସର୍ବମୋଟ ୧ କୋଟି ଟଙ୍କା ଅଟକଳ ମୂଲ୍ୟରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ ।