oom

ଛତ୍ରପୁରରେ ବିଜେପି ପକ୍ଷରୁ ସକ୍ରୀୟ ସଦସ୍ୟ କର୍ମଶାଳା ଅନୁଷ୍ଠିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶିବ କୁମାର୍ ପଟ୍ଟନାୟକ ରିଡିଙ୍ଗ ରୁମରେ ଛତ୍ରପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେପିର ସକ୍ରୀୟ ସଦସ୍ୟ କର୍ମଶାଳା ଶନିବାର ଆୟୋଜିତ ହୋଇଯାଇଛି । ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମୀଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ଆସ୍କା ସାଂସଦ ଅନୀତା ଶୁଭଦର୍ଶନୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବରିଷ୍ଠ ବିଜେପି ନେତା ପଦ୍ମଚରଣ ସାହୁ, ପ୍ରଦୀପ ପାଢ଼ୀ, ପ୍ରଶାନ୍ତ ନାୟକ, ବସନ୍ତ ବେହେରା ପ୍ରମୁଖ ମଞ୍ଚାସୀନ ହୋଇ ସକ୍ରୀୟ ସଦସ୍ୟ ମାନେ କିପରି ତୃଣମୂଳସ୍ତରରୁ ଦଳର ସଂଗଠନକୁ ଦୃଢୀଭୂତ କରିବେ ସେନେଇ ମାର୍ଗଦର୍ଶନ କରିଥିଲେ । ବିଶେଷ କରି ଦଳର ସାଙ୍ଗଠନିକ ନିର୍ବାଚନ ସମାପ୍ତ ପରେ ଏହି ସମ୍ମିଳନୀ ହୋଇଥିବାରୁ ସଦସ୍ୟ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା । ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରୁ ୩୦୦ରୁ ଉର୍ଦ୍ଧ ସକ୍ରୀୟ ସଦସ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ । ଏବେ ଅନେକ ନୂତନ କର୍ମକର୍ତ୍ତା ଦଳରେ ସାମିଲ ହୋଇଥିବାରୁ ସେମାନଙ୍କୁ ମାର୍ଗଦର୍ଶନ କରାଇବା ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ । ବରିଷ୍ଠ ବିଜେପି ନେତା ପ୍ରଦୀପ ପାଢ଼ୀ ନର୍ବାଚନୀ ସଫଳତା ଏବଂ ସଂଗଠନାତ୍ମକ ବିସ୍ତାର ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ଭାବେ ଦାୟିତ୍ୱ ତୁଲାଇ ଥିବା ବରିଷ୍ଠ ନେତା ପ୍ରଶାନ୍ତ ନାୟକ ଭାରତୀୟ ରାଜନୀତିରେ ବିଜେପି ଦ୍ୱାରା ଆସିଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ବିଜେପି ଶାସନରେ ଦେଶରେ ବୈପ୍ଲବିକ ପରିବର୍ତ୍ତନ ଘଟିଛି ବୋଲି ପ୍ରକାଶ କରିଥିଲେ । ସେହିପରି କାର୍ଯ୍ୟକ୍ରମର ସହ ସଂଯୋଜକ ଆଇନଜୀବୀ ପଦ୍ମଚରଣ ସାହୁ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗଠନ ଦିଗରେ ୧୧ ବର୍ଷର ଯାତ୍ରା ଉପରେ ଆଲୋକପାତ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଭାରତ ଏବଂ ଭାରତର ଆର୍ଥିକ କ୍ଷେତ୍ରରେ, ବୋର୍ଡର ସୁରକ୍ଷାରେ, ବିକାଶ କ୍ଷେତ୍ରରେ, ବିଭିନ୍ନ ଯୋଜନା ଆଦିରେ ଭାରତ ଅଗ୍ରଣୀ ହେବା ସହିତ ଭାରତ ଆଗମୀ ଦିନରେ ବିଶ୍ୱଗୁରୁ ହେବାକୁ ଯାଉଛି ବୋଲି ପ୍ରକାଶ କରିଥିଲେ । ସେହିପରି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ମଣ୍ଡଳର ମଣ୍ଡଳ ସଭାପତିଙ୍କ ସମେତ ତିନି ଶହରୁ ଅଧିକ ସଦସ୍ୟ ମଣ୍ଡଳୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.