oom

ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସହ ସ୍ୱାସ୍ଥ୍ୟ ସଚେତନତା ରଥର ଶୁଭାରମ୍ଭ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ନେତୃତ୍ୱରେ ଚାଲିଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା ଏବଂ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଭାରତ ସରକାରଙ୍କ ଯୋଜନା ସହ ସଂଯୁକ୍ତ ହୋଇ ଶୁକ୍ରବାର ତାହା ରାଜ୍ୟରେ ଲାଗୁ ହୋଇଛି । ଏହି ଅବସରରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସରଧାପାଲି ଓ କେରମେଲି ଠାରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଲୋକମାନେ ଦେଖିବା ପାଇଁ ବ୍ୟବସ୍ଥା ହୋଇଥିଲା । ଏହି ଯୋଜନାରେ ଗାଇସିଲେଟ ବ୍ଲକର ୧୯ଟି ଗ୍ରାମପଞ୍ଚାୟତର ଚିହ୍ନଟ ହୋଇଥିବା ହିତାଧିକାରୀ ମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିବା ବେଳେ ପର୍ଯ୍ୟାୟ କ୍ରମେ କାର୍ଡ ବଣ୍ଟନ କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଧାର୍ଯ୍ୟ ହୋଇଛି । ଡ.ସୁମିତ ମିଶ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ବିଡିଓ ଲକ୍ଷ୍ମଣ ମାଝି,ଏବିଡିଓ ଭୀଷ୍ମ ମାଝି, ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ଡ.ସତିଶ ଯୋଷୀ, ଡ.ସତିଶ ପ୍ରଧାନ, ଜିପିଡିଓ ପାଣ୍ଡବ ନନ୍ଦ, ସାଂସଦ ପ୍ରତିନିଧି ବିପିନ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଏହି ଯୋଜନାରେ ସାମିଲ ହୋଇଥିବା ପରିବାରର ପୁରୁଷ ସଦସ୍ୟମାନଙ୍କୁ ୫ ଲକ୍ଷ ଓ ମହିଳା ସଦସ୍ୟା ମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହିତ ବୟୋ ବନ୍ଦନା ଯୋଜନାରେ ଅନ୍ତର୍ଭୁକ୍ତ ବରିଷ୍ଠ ନାଗରିକ ମାନଙ୍କୁ (୭୦ ବର୍ଷ କିମ୍ବା ତା ଠାରୁ ଅଧିକ ବୟସର ବ୍ୟକ୍ତି ଗଣ ) ୨୯୦୦୦ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ରନ୍ତ ଦେୟମୁକ୍ତ ଚିକିତ୍ସା ପାଇ ପାରିବେ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ପରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱସ୍ଥ୍ୟ ସଚେତନତା ରଥ ଶୁଭାରମ୍ଭ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ମଧୁସୂଦନ ପୋଢ଼, ପି.ଏଚ.ଇ.ଓ ଆନନ୍ଦ ହୋତା ସୁଚାରୁରୂପେ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.