ଆପ୍‌ ପାର୍ଟିର ସାଂଗଠନିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ସ୍ଥାନୀୟ ଯାଦବ ଭବନ ଠାରେ ଆପ ପାର୍ଟିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଏହି ବୈଠକରେ ଆପ ନେତା ଶ୍ରୀ ପାଣ୍ଡେ ବିଜେପି ଉପରେ ବର୍ଷି ଥିଲେ ଏବଂ ବିଜେପି ଗୋଟେ ଜୁମଲା ପାର୍ଟି ଲୋକଙ୍କୁ ଠକୁଛି ଏବଂ ଗୁମରାହା କରୁଛି ବୋଲି କହିଥିଲେ । ଅତିଥି ଭାବରେ ବରଗଡ ଜିଲ୍ଲା ସଭାପତି ତଥା ସଂଗଠନ ସମ୍ପାଦକ ଭବାନୀ ସାହୁ ଯୋଗ ଦେଇଥିଲେ ଏବଂ ବିଜେପିକୁ କଡା ନିନ୍ଦା କରିଥିଲେ । ଆଗାମୀ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପାର୍ଟିକୁ ବଲାଙ୍ଗିର ଜିଲ୍ଲାର ଘରେ ଘରେ ପହଂଚାଇବା ପାଇଁ ଏବଂ ପାର୍ଟିକୁ ତୃଣମୂଳ ସ୍ତରରେ ପହଂଚାଇବା ପାଇଁ ଆଲୋଚନା କରାଯାଇଥିଲା । ଜିଲ୍ଲାର ୫ଟି ବିଧାନସଭାକୁ ସକ୍ରିୟ କାର୍ଯ୍ୟକର୍ତ୍ତା ମାନେ ଆସିଥିଲେ ଏବଂ ପାର୍ଟିକୁ ଘର ଘରରେ ପହଂଚାଇବାକୁ ଶପଥ ନେଇଥିଲେ । ଏହି ବୈଠକରେ ବଲାଙ୍ଗିର ଜିଲ୍ଲା ସଂମ୍ପାଦକ ଜୟପ୍ରକାଶ ମିଶ୍ର, ରମାକାନ୍ତ ବେହେରା, ସମ୍ରାଟ କିଶୋର ଭୋଇ, ଅମନ ମହାପାତ୍ର, ପଙ୍କଜ ସାହୁ, ଟିଟିଲାଗଡ ସଭାପତି ଗଜପତି କଲସେଇ, ଉପସଭାପତି ସୁରେଶ ମହାନନ୍ଦ, ପାଟଣାଗଡରୁ ସୁବ୍ରତ ପଣ୍ଡା, ଲୋଇସିଂହାରୁ ଶଙ୍କର ପ୍ରସାଦ ନାଗ, କଣ୍ଟାବାଞ୍ଜିରୁ ଦୋଳାମଣି ମହାତ, ଦେଓଗାଁର ବାଳକୃଷ୍ଣ ନାଏକ ଏବଂ ଅନ୍ୟ କାଯ୍ୟକର୍ତ୍ତାମାନେ ଯୋଗ ଦେଇ ପାର୍ଟିକୁ ଶିର୍ଷରେ ପହଂଚାଇବା ପାଇଁ ଶପଥ ନେଇଥିଲେ ।

jittmm
Leave A Reply

Your email address will not be published.