ଅଙ୍ଗନୱାଡ଼ି କେନ୍ଦ୍ରରେ ଦୀର୍ଘଦିନ ହେଲା ନଳକୂପ ଅଚଳ : ପାଣି ସମସ୍ୟା ସୁଧୁରିବ କେବେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜକୁ ଦୀର୍ଘଦିନ ହେଲା ପାନୀୟ ଜଳ ସମସ୍ୟା ଦେଖାଦେଇଛି । ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଥିବା ଏକମାତ୍ର ନଳକୂପ ଟି ବହୁତ ଦିନ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି । ମରାମତି କରିବା ନିମନ୍ତେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ଏଯାଏଁ ମରାମତି ହୋଇନଥିବା ବିଷୟ ଅଙ୍ଗନବାଡି କର୍ମଚାରୀ ପ୍ରକାଶ କରିଛନ୍ତି । କୁନି କୁନି ପିଲାମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଥିସହ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ କରିବା ପିଲାଙ୍କ ପିଇବା ପାଣି ବାହାରୁ ବୋହି ଆଣି ଦେବାକୁ ପଡ଼ୁଛି । ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ମୋଟ ୩୮ ଜଣ ଛାତ୍ର ଛାତ୍ରୀ ରହୁଥିବା ବେଳେ ପାନୀୟ ଜଳ ସମସ୍ୟା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ନଳକୂପ ସଜାଡ଼ିବା ସହ ପାନୀୟ ଜଳ ସୁବିଧା କରିବା ପାଇଁ ଅଙ୍ଗନୱାଡି ପାଚିକାଙ୍କ ସମେତ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Leave A Reply

Your email address will not be published.