csstore

ଗୌରୀ ଶଙ୍କର ମନ୍ଦିର ପରିସରରେ ରାମ ନବମୀ ମହୋତ୍ସବ ପାଇଁ ବୈଠକ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆସନ୍ତା ଛଅ ଏପ୍ରିଲ ରାମନବମୀ ମହୋତ୍ସବ ଉପଲକ୍ଷେ କାଲି କେସିଙ୍ଗା ଗୌରୀଶଙ୍କର ମନ୍ଦିର ପରିସରରେ ରାମଭକ୍ତ କି ଟୋଲିଙ୍କ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଧୁମଧାମରେ ରାମ ନବମୀ ମହୋତ୍ସବ ପାଳନ କରାଯିବ ଏବଂ ହରିୟାଣା ରାଜ୍ୟ ଇସାର ସହରରୁ ମୋଟା ହନୁମାନ ଓ ଅଘୋରୀ ଗ୍ରୁପଙ୍କ ମୁଖ୍ୟ ଆକର୍ଷଣ ରହିବ, ଘଣ୍ଟ ଓ ସଙ୍ଖା ଗ୍ରୁପ ସହ ମଧ୍ୟ କଥା ବାର୍ତ୍ତା ଚାଲିଛି ବୋଲି ସଭାପତି ବଜରଙ୍ଗ ଜୈନ କହିଥିଲେ । ସକାଳେ ୫ ଟା ସମୟରେ ହରିମଣ୍ଡଳୀ ତରଫରୁ ନଗର ପରିକ୍ରମା, ୧୦ ଟା ସମୟରେ ମୋଟର ସାଇକେଲ ଶୋଭାଯାତ୍ରା ଓ ସଂଧ୍ୟା ୪ ଟା ସମୟରେ ବିଶାଲ ଶୋଭାଯାତ୍ରା ର କାର୍ଯ୍ୟକ୍ରମ ରହିଛି ।ଏହି ବୈଠକରେ ଉପସ୍ଥିତ ଥିଲେ ସୁରେଶ ଅଗ୍ରୱାଲ, ପ୍ରଶାନ୍ତ ବାନାର୍ଜୀ, ସନ୍ତୋଷ ଦାଶ, କୁଲଦୀପ ଜୈନ, ମନୋଜ ସୋନି, ବିଜଯ ସୋନି, ସୁଜିତ୍ ଜୈନ, ପିଣ୍ଟୁ ପଟେଲ, ଅରୁଣ ଅଗ୍ରୱାଲ, ରମାକାନ୍ତ ଜେନା, ଅଜୟ ବିଶ୍ଵକର୍ମା, ଦିନେଶ ଜୈନ, ସିଦ୍ଧେଶ୍ୱର ମିଶ୍ର, ଦ୍ୱାରିକା ପ୍ରସାଦ ଗୁପ୍ତା, ଓ କୁକାଲ ଦେଓ ମୁରାରି

jayashree
Leave A Reply

Your email address will not be published.