csstore

ଅଧ୍ୟାପକ ଡ. ରଂଜନ କୁମାର ପାଣିଗ୍ରାହୀ ପାଇଲେ “ସାହିତ୍ୟ ସୁଧା ସମ୍ମାନ”

ବଲାଙ୍ଗିର, (କେପିଏନ୍‌ଏସ୍‌) : କାନ୍ତକବି ସାହିତ୍ୟ ପରିଷଦ, ଭଦ୍ରକ ଦ୍ଵାରା ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଭଦ୍ରକ ସ୍ଥିତ ଶହୀଦ ସ୍ମୃତି ଭବନ ଠାରେ ରବିବାରରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଅତିଥି ଭାବରେ ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ବ୍ୟଙ୍ଗକବି ଜ୍ଞାନ ହୋତା, ବରିଷ୍ଠ ସାହିତ୍ୟିକ ଶଶଧର ପଣ୍ଡା, ସ୍ତମ୍ଭକାର ବିଭୂତି ଭୂଷଣ ସେନାପତି, ଡ. ଅଲେଖ ପ୍ରସାଦ ମହାରଣା, ଡ. ବୈରାଗୀ ଚରଣ ମଲ୍ଲିକ, କବି ବିପ୍ଳବ ପତି, ଦୀନରଞ୍ଜନ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ସାରସ୍ୱତ ସମାରୋହରେ ବଲାଙ୍ଗିରର ପ୍ରାଧ୍ୟାପକ ଡ଼. ରଂଜନ କୁମାର ପାଣିଗ୍ରାହୀଙ୍କୁ ତାଙ୍କର ସାମଗ୍ରିକ ସାହିତ୍ୟ କୃତି ପାଇଁ “ସାହିତ୍ୟ ସୁଧା ସମ୍ମାନ” ରେ ସମ୍ମାନୀତ କରାଯାଇଛି । ଓଡ଼ିଶାର କୋଣ ଅନୁକୋଣରୁ ଅସଂକ୍ଷ ସାହିତ୍ୟ ସାଧକ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଡ. ପାଣିଗ୍ରାହୀଙ୍କୁ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ଦ୍ଵାରା ଆୟୋଜିତ ବହିହାଟର ସାନ୍ଧ୍ୟ ସାହିତ୍ୟ ସଭାରେ ଗତ ତା-୦୧-୦୩-୨୦୨୫ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଡ଼. ପାଣିଗ୍ରାହୀଙ୍କ ଲେଖନୀ ଆହୁରି ଶାଣିତ ହେଉ, କୋଶଳ ପ୍ରବାହ ତରଫରୁ ଶୁଭେଚ୍ଛା ଓ ଶୁଭକାମନା ।

jayashree
Leave A Reply

Your email address will not be published.