ରାଉରକେଲା, (ସସ୍ମିତା ପ୍ରଧାନ : ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ ସେକ୍ଟର ୩ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ସଂଘର ସଭାପତି ଅନ୍ତର୍ଯ୍ୟାମୀ ସାହୁଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ମଧୁସୂଦନ ବଳଙ୍କ ଆବାହକତ୍ୱ ତଥା ସହସମ୍ପାଦକ ଉଦୟ ନାଥ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବହୁ ଅବସରପ୍ରାପ୍ତ ଶିକ୍ଷକଶିକ୍ଷୟିତ୍ରୀ ମାନେ ଯୋଗଦେଇ ପରଷ୍ପର ମଧ୍ୟରେ ଭାବବିନିମୟ ଓ ନିଜର ଅଭିଜ୍ଞତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅତିଥି ଭାବେ ଅନୁଷ୍ଠାନର ଉପସଭାପତି ସୁଧାକର ରଥ, ପ୍ରାକ୍ତନ ପ୍ରଧାନଶିକ୍ଷକ ଧୃବ ଚରଣ ଲେଙ୍କା, ବନମାଳୀ କର, ପ୍ରାକ୍ତନ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଶତପଥୀ ପ୍ରମୁଖ ମଞ୍ଚାସୀନ ରହି ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଶିକ୍ଷକ ମାନଙ୍କ ସମାଜ ପ୍ରତି ଅବଦାନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ଅବସରରେ ନିକଟରେ ଅବସର ଗ୍ରହଣ କରିଥିବା ସର୍ବଶ୍ରୀ ତ୍ରିନାଥ ଷଡ଼ଙ୍ଗୀ, ପବିତ୍ରା ସାହୁ, ଆଲବଟିନା ମାଝୀ, ଏସ କେ ମିଶ୍ର, ବନମାଳୀ କର, ସୁନିଲ ରଥ, କନ୍ଦର ନାୟକ, ସୁଜାତା ମଲ୍ଲିକ, ଅନୁପ କୁମାର ଦାସ, ନାରାୟଣ ଚନ୍ଦ୍ର ପଣ୍ଡା, ମଞ୍ଜୁବାଳା ପଟ୍ଟନାୟକ ପ୍ରମୁଖ ଉତ୍ତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ଶିକ୍ଷକ ମାନେ ନିଜର ଅଭିଜ୍ଞତା ବାଣ୍ଟିଥିଲେ । ସଭାପତି ଶ୍ରୀ ସାହୁ ସଭାପତିତ୍ୱ ଅଭିଭାଷଣରେ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ବିଗତ ଦିନମାନଙ୍କରେ ହୋଇଥିବା କାର୍ଯ୍ୟ ଓ ସେଥିରେ ସଫଳତା ସମ୍ପର୍କରେ, ସାଧାରଣ ସମ୍ପାଦକ ଶ୍ରୀ ବଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ଏଚ ବି ବଡ଼ପଣ୍ଡା, ସୁଧୀର ଚନ୍ଦ୍ର ମଲ୍ଲିକ, ସ୍ୱର୍ଣ୍ଣ ପ୍ରଭା ମହାନ୍ତି, ବସନ୍ତ କୁମାର ଜେନା, ଟିକେଶ୍ୱର ସାହୁ, ବ୍ରହ୍ମାନନ୍ଦ କର, କୈବଲ୍ୟ ରାଉତ, ଏଚ କେ ଜ୍ୟୋତିଷ, ଅନ୍ତର୍ଯ୍ୟାମୀ ନାଥଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଆଗାମୀ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇ ଶେଷରେ ଅଧ୍ୟାପକ ଶ୍ରୀଧର ଥମ୍ବ ଧନ୍ୟବାଦ ଅର୍ପଣ କରିଥିଲେ ।