ବିଜେଡି ଦ୍ୱାରା କଣ୍ଟାବାଞ୍ଜିରେ ଶଙ୍ଖ ଜନସମ୍ପର୍କ ପଦଯାତ୍ରା

ବଲାଙ୍ଗିର, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ‘ଶଙ୍ଖ ଜନ ସମ୍ପର୍କ ପଦଯାତ୍ରା’ । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ନିରୁପମା ମାଝିଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ପୌର ପାଳିକାର ବିଭିନ୍ନ ୱାର୍ଡରେ ଶଙ୍ଖ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା । ଏହି ପଦଯାତ୍ରାରେ ବିଜେଡି ନେତା ଗିରିରାଜ ସିଂ ମାଝି, ବଲାଙ୍ଗିର ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ପିଙ୍କି ଖର୍ସେଲ, ଦୈତାରି ଭୋଇ, ତୁରେକେଲା ବ୍ଲକ ବିଜେଡି ସଭାପତି ଅଶଦୁଲ୍ଲା ଖାନ, କଣ୍ଟାବାଞ୍ଜି ଏନ୍‌ଏସି ବିଜେଡି ସଭାପତି ଦେବାର ବାରିକ, ବିଟୁ ସଂଘା, ବିଜେଡି ନେତା ଶ୍ରୀଧର ମାଝି ଏବଂ ହଜାର ହଜାର ବିଜେଡି କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.