pakka

ମାତିଛି ଗୋଠଛଡ଼ା ଦନ୍ତା : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

bbehera

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛି ଗୋଠଛଡ଼ା ଦନ୍ତା ହାତୀ । ବିଳମ୍ବିତ ରାତିରେ ଏହି ଦନ୍ତା କରଞ୍ଜିଆ ରେଞ୍ଜରୁ ଆସି ସାହାରପଡା ସେକ୍ସନ ମାଛଗଡ଼ ବିଟ୍ ଅଞ୍ଚଳକୁ ଧସେଇ ପଶି ୨ ଘର ଭାଙ୍ଗି ଦେଇଥିବା ଜଣା ପଡିଛି । ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି । ହରିଡାଗୋଠର ହେମଲତା ମୁଣ୍ଡା ଏବଂ ଖଡିକାପଦା ଗ୍ରାମର ଭଜ ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଛି ହାତୀ । ପରିବାର ଲୋକେ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ହାତୀର ଗତିବିଧି ଉପରେ ନଜର ରଖୁଛି ।

jay balangir
Leave A Reply

Your email address will not be published.

seventeen + two =