oom

ସଇଁତଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ : ସୁବୋଧ ସଭାପତି, ଫିରୋଜ ସମ୍ପାଦକ ଭାବରେ ନିର୍ଦ୍ଵନ୍ଦରେ ନିର୍ବାଚିତ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍‌ ସ୍ଥିତ ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଓକିଲ ରାଧେଶ୍ୟାମ ସାହୁଙ୍କ ତତ୍ତ୍ୱବଧାନରେ ନିର୍ବାଚନ ଆୟୋଜିତ ହୋଇଥିଲା । ଚଳିତ ବର୍ଷ ସଂଘର ସମସ୍ତ ଓକିଲଙ୍କ ସହମତି କ୍ରମେ ନିର୍ଦ୍ଵନ୍ଦରେ ପ୍ରାର୍ଥୀ ଚୟନ କରାଯାଇଥିଲା । ସଭାପତି ଭାବରେ ସୁବୋଧ କୁମାର ମିଶ୍ର ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଫିରୋଜ କୁମାର ବଗର୍ତି ନିର୍ବାଚିତ ହୋଇଛନ୍ତି । ସେହିପରି ସଂଘର ଉପସଭାପତି ହିମାଂଶୁ ଶେଖର ଦାସ, ସହ ସଂପାଦକ ମନୋଜ କୁମାର ପୃଷେଠ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ମାଝୀ ମନୋନୀତ ହୋଇଛନ୍ତି । ଉପଦେଷ୍ଟା ମଣ୍ଡଳୀରେ ଦେବରାଜ ପଣ୍ଡା, ପବିତ୍ର କୁମାର ସାହୁ, ମନୋରଞ୍ଜନ ପୃଷେଠ, ଜ୍ୟୋସ୍ନାରାଣୀ ବାଗ ମନୋନୀତ ହୋଇଛନ୍ତି । ଏହି ପରିପେକ୍ଷୀ ସଂଘର ନୂତନ କର୍ମକର୍ତ୍ତାମାନଙ୍କୁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ୍‌ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ୍‌ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା, ବ୍ଲକ୍‌ ସାମ୍ବାଦିକ ସଂଘ ସଭାପତି ନାରାୟଣ ସାହୁ, ସମ୍ପାଦକ ବିଶାଳ ଅଗ୍ରୱାଲ, ସରପଞ୍ଚ ସୁବ୍ରତ ନାଗ, ସମାଜସେବୀ ମଦନଲାଲ୍‌ ଅଗ୍ରୱାଲ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.