jsm

ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ଆନୁକୂଲ୍ୟରେ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ରାଜ୍ୟ ସମ୍ମିଳନୀ ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ଦିନ ସ୍ଥାନୀୟ ଭଞ୍ଜଭବନଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏଥିପାଇଁ ଅନୁଷ୍ଠାନର ଉପସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ଵରେ ସେକ୍ଟର ୩ ଖଡ୍ଗ ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ଆସନ୍ତା ମାର୍ଚ୍ଚ ୩ ତାରିଖରେ ମହାସଭାର ରାଜ୍ୟ ସମ୍ମିଳନୀ ରାଉରକେଲାଠାରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଅଧ୍ୟକ୍ଷତାରେ ୧୧ ଜଣିଆ ଏକ ଅଭ୍ୟର୍ଥନା କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଜୁଏଲ ଓରାମ, ସରୋଜ ସିଂହ, ସୁବ୍ରତ ତରାଇ, ଉପେନ୍ଦ୍ର ନାୟକ, ଶଶଧର ପାତ୍ର, କୁଞ୍ଜବିହାରୀ ରାଉତ, ଉତ୍ତମ ଚରଣ ସାମଲ, ଜଗନ୍ନାଥ ରାଉତ ପ୍ରମୁଖ ରହିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମହାସଭାର ରାଜ୍ୟ ସଭାପତି ସରୋଜ କୁମାର ସିଂହ ବିଶିଷ୍ଟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୁରେଶ ରାଉତରାୟ, ପ୍ରାକ୍ତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ସାଂସଦ ଐର ଖାରବେଳ ସ୍ୱାଇଁ ଓ ସମ୍ମାନିତ ବକ୍ତା ଭାବେ ଡ. ପ୍ରଭାତ କୁମାର ମଲ୍ଲିକ ପ୍ରମୁଖ ଯୋଗଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟର ବିଭନ୍ନ ଜିଲ୍ଲାରୁ ଶତାଧିକ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ଦିନ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ପ୍ରତୀକ ବାରହାତ ଖଣ୍ଡା ସହର ପରିକ୍ରମା କରିବ ବୋଲି ଜଣାପଡିଛି । ଏହି ବୈଠକରେ ଅତିଥିମାନେ ରହିବା ଓ ଖାଇବା ବନ୍ଦୋବସ୍ତ, ଶୃଙ୍ଖଳା, ସମନ୍ୱୟ, ବିଭିନ୍ନ ଜିଲ୍ଲାର ଖଣ୍ଡାୟତ କ୍ଷତ୍ରୀୟଙ୍କୁ ନିମନ୍ତ୍ରଣ, ମହିଳାମାନଙ୍କ ସହଭାଗିତା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ମହାସଭାର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ହରିହର ପ୍ରଧାନଙ୍କ ସହଧର୍ମିଣୀ ତଥା ବରିଷ୍ଠ ସଦସ୍ୟ ଭାନୁପ୍ରତାପ ପ୍ରଧାନଙ୍କ ମାତା ଜାନକୀ ପ୍ରଧାନଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା ସହ ତାଙ୍କ ସମ୍ପର୍କରେ ଆଲୋଚନା କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭୁ କୁମାର ପାତ୍ର, କରୁଣାକର ପାଟ୍ଟଶାଣୀ, କୁଞ୍ଜବିହାରୀ ରାଉତ, ଚକ୍ରାନ୍ତ ଜେନା, ବିପିନ ବିହାରୀ ସାମନ୍ତସିଂହାର, ଜଗନ୍ନାଥ ରାଉତ, ପ୍ରଶାନ୍ତ ଭୁଜବଳ,ସନ୍ତୋଷ ପ୍ରଧାନ, ରବିନାରାୟଣ ପରିଡ଼ା, ବସନ୍ତ ଜେନା, ଉଗ୍ରସେନ ବିଶ୍ୱାଳ, ସସ୍ମିତା ପ୍ରଧାନ, ନୀଳମଣି ଜେନା, ଅବନୀ କୁମାର ବଳ, ଅଶୋକ ଜେନା, କିଶୋର କୁମାର ନାୟକ, ସୁଦର୍ଶନ ସାମଲ, ନାରାୟଣ ସାମଲ, ରାଧାଶ୍ୟାମ ପରିଡ଼ା, ବାବାଜୀ ଚରଣ ସ୍ୱାଇଁ, ଚାନ୍ଦମଣୀ ବେହୁରା, ଅକ୍ଷୟ ଦାସ, ପ୍ରଭାସ ପ୍ରଧାନ, ସୁବ୍ରତ ମଲ୍ଲିକ, ସୁରେନ୍ଦ୍ର ନାଥ ଜେନା, ମୁକ୍ତିକାନ୍ତ ବିଶ୍ୱାଳ, ହରିହର ଥାଟେଇ, ରାଜେନ୍ଦ୍ର ନାୟକ, ପିକେ ସ୍ୱାଇଁ, ସଞ୍ଜୟ ମହାନ୍ତି, ମୁକ୍ତିକାନ୍ତ ବିଶ୍ୱାଳ (ଖ), ଗଣେଶ ଜୟସିଂହ, ବନମାଳୀ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.