କନ୍ଦାଗାଡ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକମାନଙ୍କ ମାସିକ ସମ୍ମିଳନୀ ଆୟୋଜିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଉଚ୍ଚ ବିଦ୍ୟାଳୟରେ ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକମାନଙ୍କ ମାସିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିସାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡତିଆ ଜିଲ୍ଲା ନିରୀକ୍ଷକ ଭାବରେ ଯୋଗଦେଇ ଓସେପାଙ୍କ ଗାଇଡଲାଇନ ଅନୁସାରେ ସ୍କୁଲ ବିକାଶର ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ କରିଥିଲେ । ସ୍କୁଲସ୍ତରରେ କାର୍ଯ୍ୟକାରୀ ହେଉଥିବା ହାଉସ ଏବଂ କ୍ଲବ ସିଷ୍ଟମ, ଆଗାମୀ ପେବୃୟାରୀ ୨୦ ତାରିଖରୁ ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷାର ସୁପରିଚାଳନା ଏବଂ ୫-ଟି ଅନ୍ତର୍ଗତ ସ୍କୁଲ ସମୂହର କ୍ରମ ବିକାଶ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା । ଶୁଖା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ପ୍ରଧାନ, ରାମପୁର ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ହୋତା, ମାୟାବର୍ହା ହାଇସ୍କୁଲର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ଏବଂ ଆୟୋଜକ କନ୍ଦାଗାଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱାମିତ୍ର ବାରିକ ମଞ୍ଚାସୀନ ରହି ୨୮ ଗୋଟି ହାଇସ୍କୁଲରୁ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକମାନଙ୍କ ସକ୍ରିୟ ଆଲୋଚନାଚକ୍ରରେ ମତବ୍ୟକ୍ତ କରିଥିଲେ । ଆୟୋଜକ ସ୍କୁଲର ସ୍ମାର୍ଟ କ୍ଲାସ, ସାଇନ୍ସ ଲାବୋରୋଟାରି, କମ୍ପ୍ୟୁଟର ଗୃହ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ଠାରୁ ନିଜ ନିଜର ଉପଲବ୍ଧି ବିଷୟରେ ସମସ୍ତେ ଅବଗତ ହୋଇଥିଲେ । ପରିଶେଷରେ ଆୟୋଜକ ସ୍କୁଲର ବରିଷ୍ଠ ଶିକ୍ଷକ ସମ୍ପଦ ଖମାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ପ୍ରକାଶଥାଉ କି ଆଗାମୀ ମାସର ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ସ୍ଥାନୀୟ ଚନ୍ଦଲୀ ହାଇସ୍କୁଲରେ ଆୟୋଜିତ ହେବ ।

jittmm
Leave A Reply

Your email address will not be published.