jsm

ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟରେ ସମ୍ବର୍ଦ୍ଧନା

csstore

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ହୀରାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର ତିନିଜଣ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏକ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ବିଦ୍ୟାଳୟର ପାରିପାର୍ଶ୍ଵିକ ସ୍ଥିତି, ସ୍ଥାନୀୟ ଜନସାଧାରଣଙ୍କ ସଂପୃକ୍ତି, ଛାତ୍ରଛାତ୍ରୀଙ୍କ ନିଷ୍ଠାପର ଉଦ୍ୟମ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାୟିତ୍ଵବୋଧ ପାଇଁ ବ୍ଲକକୁ ମିଳିଥିବା ନଅଟି ପୁରସ୍କାର ମଧ୍ୟରୁ ସଂପୃକ୍ତ ବିଦ୍ୟାଳୟକୁ ୩ଟି ପୁରସ୍କାର ମିଳିଛି ବୋଲି ଆଲୋଚନା ହେଉଛି । ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଅଙ୍ଗୁରବାଳା ଜେନା ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରଜନୀକାନ୍ତ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୂର୍ବରୁ ରହିଥିବା ପ୍ରତିକୂଳ ଅବସ୍ଥା ସାଙ୍ଗକୁ ବର୍ତ୍ତମାନର ବିକାଶ ଧାରା ପର୍ଯ୍ୟନ୍ତ ବର୍ଣ୍ଣନା କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟିକେଚନ୍ଦ୍ର ମାଝୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଷୀ, ସାମ୍ବାଦିକ ଶେଷଦେବ ବେହେରା, ଅସରଫ ଅଲ୍ଲୀ, ସିଆର୍‌ସିସି ତାପସ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକାଙ୍କ ଉପସ୍ଥିତିରେ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇ ଗୌରବ ଆଣିଥିବା ପ୍ରଧାନ ଶିକ୍ଷୟିତ୍ରୀ ଅଙ୍ଗୁରବାଳା ଜେନା, ଶ୍ରୀଦେବୀ ନାୟକ, ଲକ୍ଷ୍ମୀ ପ୍ରିୟା ହାଁସଦା ଓ ସର୍ବୋପରି ପୂର୍ବ ଶିକ୍ଷକ ମାଧବଚନ୍ଦ୍ର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

yuvodaya
Leave A Reply

Your email address will not be published.