ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ(କ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଉକ୍ତ କଲେଜ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ସ୍ଥାନୀୟ ସରପଂଚ ତପସ୍ୱିନୀ ସେଠ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ବନିତା ନାୟକ, ଗଂଗା ମେହେର, ବ୍ରଜ ସେଠ, ନରିନ ଭୋଇ, ମେଘନାଥ ନାଏକ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା କଲେଜର ଇଂରାଜୀ ଅଧ୍ୟାପକ ଥିବାବେଳେ ମଂଚ ପରିଚାଳନା କରିଥିଲେ ଓଡିଆ ଅଧ୍ୟାପକ ସୁମିତ ବିଭାର । ଅତିଥି ପରିଚୟ ପ୍ରଦାନ କରିଥିଲେ ଅର୍ଥନୀତି ବିଭାଗର ଅଧ୍ୟାପକ ରାଜୀବ ବାରିକ । ଏହି କାର୍ଯ୍ୟକ୍ରମରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଆୟୋଜନ ଓ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବିକ୍ଷୟରେ ଆଲୋକପାତ କରାଯିବା ସହ ଭବିଷ୍ୟତରେ ସୁନାଗରିକ ଗଠନ ତଥା ଖେଳକୁଦ ବିଷୟରେ ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟରେ କହିଥିଲେ । କଲେଜରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ନଗଦ ଅର୍ଥ ରାଶି ପୁରସ୍କାର କରାଯାଇଥିଲା । ଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପକ ରଜତ ପଧାନ ଧନ୍ୟବାଦ ଦେଇ ସଭା ସାଂଗ ଘୋଷଣା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ସହ କଲେଜର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।