jayashree

ନନ୍ଦନକାନନରେ ଜେଆର୍‌ସି ସ୍ଵେଚ୍ଛାସେବୀଙ୍କ ଷ୍ଟଡିଟୁର୍‌

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଜୁନିୟର ରେଡ଼୍‌କ୍ରସ୍(ଜେଆର୍‌ସି) ସ୍ୱେଚ୍ଛାସେବୀମାନଙ୍କୁ ବାସ୍ତବ ଜ୍ଞାନ ଆହରଣ ପାଇଁ ଭାରତୀୟ ରେଡ୍‌କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ବିଭୂତି ଭୂଷଣ ପଟ୍ଟନାୟକଙ୍କ ତତ୍ତ୍ୱାବାଧାନରେ ରାଜ୍ୟସ୍ତରୀୟ ଜୁନିୟର ରେଡ୍‌କ୍ରସ୍‌ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିବା ସ୍ୱେଚ୍ଛାସେବୀମାନଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନେଇ ଷ୍ଟଡିଟୁର୍‌ ବା କ୍ଷେତ୍ର ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଷେତ୍ର ଭ୍ରମଣ ଯୋଗୁଁ ଶିକ୍ଷଣ ଆନନ୍ଦ ଦାୟକ, ହୃଦୟ ସ୍ପର୍ଶି ତଥା ଅର୍ଜିତ ଜ୍ଞାନ ଦୀର୍ଘ ସ୍ଥାୟୀ ହୋଇଥାଏ । ଏହା ଦ୍ୱାରା ଶିକ୍ଷାର୍ଥୀ ବାହ୍ୟଜଗତ ବିଷୟରେ ଜାଣିବା ସହିତ ପରିବେଶ, ପଶୁପକ୍ଷୀ ଓ ବୃକ୍ଷ ସୁରକ୍ଷା ଉପରେ ଧ୍ୟାନ ଦେବେ । ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଜୁନିୟର ରେଡ୍‌କ୍ରସ୍‌ ଅଫିସର୍ ଲକ୍ଷ୍ମଣ ସ୍ୱାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ନନ୍ଦନକାନନର ଉପଶିକ୍ଷା ଅଧିକାରୀ ରୁପ୍‌ସାନ ପ୍ରଧାନ ଓ ଜୁନିୟର ରେଡ଼୍‌କ୍ରସ୍‌ କାଉନ୍‌ସିଲର୍‌ମାନେ ଛାତ୍ରଛାତ୍ରୀମାନଙ୍କୁ ନନ୍ଦନକାନନ ପରିସରରେ ଥିବା ବିଭିନ୍ନ ପ୍ରକାର ପଶୁ, ପକ୍ଷୀ, ସରୀସୃପ, ସ୍ଥଳଚର, ଜଳଚର, ଉଭୟଚର ତଥା ଜୈବ ବିବିଧତା ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ । ଏଥିରେ ଲୀଲାପୂଣ୍ୟତୀର୍ଥ ସ୍ୱାଇଁ, ରମାରାଣୀ ସେନାପତି, ବିନୟ ନାଏକ, ସୁରେନ୍ଦ୍ର ସାମଲ, ପତିତପାବନ ନାୟକ, ଭାସ୍କର ନାୟକ, ସୁକାନ୍ତ କୁମାର ମହାପାତ୍ର, କାଳିଆ ଭାଇ, ଅଭିଜିତ ମଲ୍ଲିକ, ପ୍ରମୋଦ ଗୁରୁ, ମିଥୁନ ମହାନ୍ତି, ନିରଞ୍ଜନ ବିଶ୍ୱାଳ, ହେମନ୍ତ ସାମଲ, ରାଜେନ୍ଦ୍ର ଦୋରା, ବନମାଳୀ ମେହେର ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ରେଡ଼୍‌କ୍ରସ୍‌ କାଉନ୍‌ସିଲର୍‌ମାନେ ମୁଖ୍ୟ ଭୂମିକା ଗ୍ରହଣ କରି ପିଲାମାନଙ୍କୁ ବିଭିନ୍ନ ଦିଗରେ ବୁଝାଇଥିଲେ ।

Leave A Reply

Your email address will not be published.