ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦ୍‌ଘାଟିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲ ସିଂହ ମାଝୀଙ୍କ ନେତୃତ୍ୱରେ ସର୍ବପ୍ରଥମେ ବାର୍ଷିକ କ୍ରୀଡ଼ା ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରରେ ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ଖମାରୀ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ହଂସ ଯୋଗ ଦେଇଥିଲେ । ବିଦ୍ୟାଳୟର ସହକାରୀ ସେବକ ଡ଼ିସମ୍ବର ମେହେରଙ୍କ ତତ୍ତ୍ଵାବଧାନରେ ସମସ୍ତ ଛାତ୍ରଛାତ୍ରୀ ବିଶାଳ ମଶାଲ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରିଥିଲେ । ଶେଷରେ ସ୍ଥାନୀୟ ହାଇସ୍କୁଲ ପଡିଆରେ‌ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଯଥା ୧୦୦ ମିଟର ଦୌଡ଼, ରଶି ଡିଆଁ, ଗୋଲାଫିଙ୍ଗା, ମ୍ୟୁଜିକ ଚେୟାର, ଲମ୍ବ ଡିଆଁ ଜୁନିଅର ଓ ସବ୍ ଜୁନିଅର ବର୍ଗର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ବିଜୟୀ ପ୍ରତିଯୋଗୀଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସ ଦିନ ପୁରସ୍କାର ବିତରଣ କରାଯିବ ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଜୋସ୍ନାମୟୀ ଜଗତ, ମହାବୀର ଯୋଷୀ, ବିନୋଦିନୀ ଯୋଷୀ, ଧର୍ମୁ ହଂସ, ରାଜେନ୍ଦ୍ର କୁମାର ହରିଜନ ସହଯୋଗ କରିଥିଲେ ।

Leave A Reply

Your email address will not be published.