ପଦ୍ମପୁର ଭେଉଁରିଆ ଛକରେ ବିପଦପୂର୍ଣ୍ଣ ଗାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଭେଉଁରିଆ ଛକ ପୋଲିସ ସହାୟତା କେନ୍ଦ୍ର ନିକଟରେ ମୁଖ୍ୟ ବିପଦପୂର୍ଣ୍ଣ ଗାତ ସୃଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ପାଣି ଟାଙ୍କିର ଢାଙ୍କୁଣୀ ଭାଙ୍ଗି ଯାଇଥିବାରୁ ଗାତ ଦେଖାଯାଉଛି । କେତେ ବେଳେ ଯେ କେଉଁ ଘଟଣା ଘଟିବ ତାହା କହି ହେବ ନାହିଁ ବୋଲି ଆଲୋଚନା ହେଉଛି । ପଦ୍ମପୁର ହେଉଛି ଆଖପାଖ ଅଞ୍ଚଳର ବାଣିଜ୍ୟ ବ୍ୟବସାୟର ପେଣ୍ଠସ୍ଥଳୀ । ଭେଉଁରିଆ ଛକ ହେଉଛି କେନ୍ଦ୍ରସ୍ଥଳୀ । ଏହି ରାସ୍ତା ଉପରେ ସଦା ସର୍ବଦା ଏଠାରେ ଜନଗହଳି ଲାଗି ରହିଥାଏ । ରାସ୍ତା ଉପରେ ପ୍ରତ୍ୟେକ ଦିନ ପ୍ରଶାସନ ଅଧିକାରୀମାନେ ଯାତାୟାତ କରୁଥିବା ବେଳେ ପ୍ରଶାସନ କିମ୍ବା ଏନ୍‌ଏସି ତଥା ବିଭଗୀୟ କର୍ମଚାରୀଙ୍କର ଦୃଷ୍ଟି ଏଠାରେ ପଡୁନାହିଁ । କେହି ଗାତରେ ପଡି ଅପଘଟଣ ନ ଘଟିବା ଆଗରୁ ଶୀଘ୍ର ମରାମତି କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.