ଦୁବୃର୍ତ୍ତଙ୍କ ଠେଙ୍ଗାମାଡ଼ରେ ଲହୁଲୁହାଣ ହେଲେ ଗୋବର୍ଦ୍ଧନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁବୃର୍ତ୍ତଙ୍କ ଠେଙ୍ଗାମାଡ଼ରେ ଲହୁଲୁହାଣ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଖଇରବାଡ଼ି ଗାଁର ଗୋବର୍ଦ୍ଧନ ଦାସ(୪୦) । ସୂଚନା ଅନୁସାରେ, ଗୋବର୍ଦ୍ଧନ ନିଜ ଗାଁରୁ ଜନକପୁର ଗାଁକୁ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ଜନକପୁର ଗାଁ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ଗୋବର୍ଦ୍ଧନଙ୍କୁ ୧୦୮ ଆମ୍ବୁଲାନ୍ସରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଛି । ଗୋବର୍ଦ୍ଧନଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଥିବା କୁହାଯାଇଛି । ତେବେ ଏ ପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରିନଥିବା ସୂଚନା ମିଳିଛି ।

Leave A Reply

Your email address will not be published.