oom

ଟିଟିଲାଗଡ଼ ବ୍ଳକ କୁରସୁଡ ମଣ୍ଡଳର ବୁଥ ସମ୍ମିଳନୀ ଖୋଲାନ୍‌ ଗ୍ରୀଡ ନିକଟରେ ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁରସୁଡ ମଣ୍ଡଳର ବୁଥ୍ ସମ୍ମିଳନୀ କାର୍ଯ୍ୟକ୍ରମ ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ କୁମାର ଜୈନଙ୍କ ନେତୃତ୍ଵରେ ଖୋଲାନ୍‌ ଗ୍ରୀଡ ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ଅନିଲ ନାଏକ, ଅଶୋକ ମିଶ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଆଶିଷ ସାହୁ, ବିପିନ ଠାକୁର, ରାଜ୍ୟ ଯୁବ ମୋର୍ଚ୍ଚା ସଦସ୍ୟ ନରସିଂହ ସିଂ, ପୂର୍ବତନ ମଣ୍ଡଳ ସଭାପତି ବିଦୁର ବେହେରା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ରାଜେନ୍ଦ୍ର ଦାଶ୍, ଟିଟିଲାଗଡ଼ ବ୍ଳକ ପୂର୍ବତନ ଉପାଧ୍ୟକ୍ଷ ଫକୀର ବଗର୍ତ୍ତୀ ଓ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଦଳୀୟ ରଣନୀତି ଉପରେ ବିସ୍ତୃତ ଆଲୋଚନା କରିବା ସହ ଆଗାମୀ ନିର୍ବାଚନ ପାଇଁ କିପରି ପ୍ରସ୍ତୁତ ହେବେ ସେ ନେଇ ବୈଠକ ଅନୁଷ୍ଠିତ ହୋଇଛି ।

jittmm
Leave A Reply

Your email address will not be published.