csstore

ମଙ୍ଗଳପୁର ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍‌ଯାପିତ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଲୋକ ମହୋତ୍ସବ ଘୁମୁରା ଉଦ୍‌ଯାପିତ ହୋଇଯାଇଛି । ସଂପୃକ୍ତ ଘୁମୁରା ମଞ୍ଚରେ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ, ବରିଷ୍ଠ ନାଗରିକମାନଙ୍କ ଯଥେଷ୍ଟ ସହଯୋଗ ପରିଲକ୍ଷିତ ହୋଇଥିଲା । ପଞ୍ଚାୟତ ପରିସରରେ ଆସୁଥିବା ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତ, ପ୍ରବନ୍ଧ, ନାଚ, ଚିତ୍ରାଙ୍କନ, ମହିଳାମାନଙ୍କ ମଧ୍ୟରେ ହୁଳହୁଳି, ଶଙ୍ଖ ଫୁଙ୍କା ଆଦି ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ ସାଂସ୍କୃତିକ ସଭାରେ ସରପଞ୍ଚ ଶ୍ରୀମତୀ ଇପ୍ସିତା ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଶେଷ ଦେବ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଳାହାଣ୍ଡିରେ ସାଂସ୍କୃତିକ ବିପ୍ଳବ ପାଇଁ ଏହା ଏକ ବଳିଷ୍ଠ ମାଧ୍ୟମ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବରେ ସମିତି ସଭ୍ୟ ଆଦିତ୍ୟ ପହରିଆ ଯୋଗ ଦେଇଥିବା ବେଳେ ସାମ୍ବାଦିକ ଅଶ୍ରଫ୍‌ ଅଲ୍ଲୀ, ଘୁମୁରା ଗୁରୁ ଋଷି ମଣି ନାଏକ, ନାଏବ ସରପଙ୍କ ଅନନ୍ତ ନାଏକ, ୱାର୍ଡ ସଦସ୍ୟା ଧନମତି ପୁଝାରୀ, ପିଇଓ ନୀଳାଦ୍ରି ମେହେର, ଜିଆର୍‌ଏସ୍‌ ଅମିତ୍ କୁମାର ସାହୁ, ଯୋଗାଣ ସହାୟକ ଦେବେନ୍ଦ୍ର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍ଥାନୀୟ ଯୁବ ପ୍ରତିଭା ମାର୍କଣ୍ଡ ପଣ୍ଡା ସଭା ପରିଚାଳନା କରିଥିଲେ । ମଞ୍ଚରେ କଳାହାଣ୍ଡି ବୀର ବାଦ୍ୟ ଘୁମୁରା ପ୍ରଦର୍ଶନ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରିଥିଲେ ।

jayashree
Leave A Reply

Your email address will not be published.