ଭୁବନେଶ୍ୱରରେ କୁକୁରଙ୍କ ପାଇଁ ହେବ ଶ୍ମଶାନ

ଭୁବନେଶ୍ୱର : ଭୁବନେଶ୍ୱରରେ କୁକୁରଙ୍କ ପାଇଁ ମଶାଣି କରିବ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) । ସେଥିପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର । କୁକୁରଙ୍କ ମୃତଦେହ ଆଣିବା ପାଇଁ ଈଗଉର ୩ଟି ଜୋନରେ ୩ଟି ଗାଡ଼ି ବୁଲିବ । କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟରେ ମାମଲା ରହିଛି । କୋର୍ଟଙ୍କ ନିଷ୍ପତ୍ତି ଆସିଲା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ରାସ୍ତାରେ ଗାଈଗୋରୁ ବୁଲିଲେ ୭ ତାରିଖ ପରେ ବିଏମ୍‌ସି ଉଠାଇ ନେବ ବୋଲି ସତର୍କ କରିଛି ବିଏମ୍‌ସି । ବିଏମ୍‌ସି ଅଫିସରେ ବସିଥିବା କର୍ପୋରେସନ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି ।

Leave A Reply

Your email address will not be published.