ବଲାଙ୍ଗିର, (କେପିଏନ୍ଏସ୍) : ଆଜି ପୂର୍ବାହ୍ନରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଜିଲ୍ଲାପାଳ ବଲାଙ୍ଗିରଙ୍କ କାର୍ଯ୍ୟା।ଳୟର ସଭାଗୃହଠାରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତ।ରେ ଅନୁଷ୍ଠିତ ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ବଲାଙ୍ଗିର ସୁଶାନ୍ତ କୁମାର ସିଂହ ଯୋଗଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ବିପର୍ଯ୍ୟୟ ପ୍ରଶମନରେ ଗୋଷ୍ଠୀର ଭୂମିକା ଓ ଯୁବ ସମାଜ କିଭଳି ଭାବରେ ବିପର୍ଯ୍ୟୟକୁ ହ୍ରାସ କରିପାରିବେ ସେହି ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ବଲାଙ୍ଗିର ତୃଣମୂଳ ସ୍ତରରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନାର ଅ।ବଶ୍ୟକତା ଉପରେ ବୁଝାଇଥିଲେ । ଜିଲ୍ଲା ଜରୁରୀ ଅଧିକାରିଣୀ ଶ୍ରୀମତୀ ସସ୍ମିତା ପ୍ରଧାନ କର୍ମଶାଳାକୁ ପରିଚାଳନା କରିଥିଲେ । ଏହି କର୍ମଶାଳାରେ ବିପର୍ଯ୍ୟୟର ମୂଲ୍ୟାଙ୍କନ, ପରିସ୍ଥିତି ବିଶ୍ଲେଷଣ, ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ, ସ୍ଥାନାନ୍ତର ପ୍ରକ୍ରିୟା ଏବଂ ଗୋଷ୍ଠୀର ଯୋଗଦାନ କୌଶଳ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା ବିପର୍ଯ୍ୟୟ କ୍ଷୟ କ୍ଷତି ହ୍ରାସ ପରାମର୍ଶଦାତା ବିକାଶ ରଞ୍ଜନ କର ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନ। ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୨୫୦ ଗୋଟି ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ୨୦୨୩ -୨୪ ବର୍ଷରେ ଆହୁରି ୨୫୦ ଗୋଟି ଗ୍ରାମକୁ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନାରେ ସାମିଲ କରିବାପାଇଁ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିମାନଙ୍କ ଅଧ୍ୟକ୍ଷ/ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଓଡ୍ରାଫ ୟୁନିଟ ଓ ଅଗ୍ନିଶମ ବିଭାଗ ବଲାଙ୍ଗିରର କର୍ମଚାରୀ, ବିଭାଗୀୟ ଅଧିକାରୀ ଓ ଏନ୍ଜିଓର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଜିଲ୍ଲା ବିପର୍ଯ୍ୟୟ କ୍ଷୟକ୍ଷତି ହ୍ରାସ ପରାମର୍ଶଦାତା ବିକାଶ ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲା ଜରୁରୀ ଶାଖାର ବରିଷ୍ଠ ରାଜସ୍ୱ ସହାୟକ ଜୟନ୍ତ ବେହେରା, ସଞ୍ଜୟ ମିଶ୍ର ଏବଂ ବୈଷୟିକ ସହାୟକ ଇଶାନେଶ୍ୱର ମିଶ୍ର ସହଯୋଗ କରିଥିଲେ ।
Prev Post
Next Post