ଭାଲୁ ଆକ୍ରମଣରେ ଜଣେ ଆହାତ

  • ଜଂଗଲ ବିଭାଗକୁ ଲିଖିତ ଅଭିଯୋଗ ପରେ ହେବ କ୍ଷତି ପୂରଣ ଆକଳନ – ରେଂଜର ବଡମାଲି

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଲର୍କି ଗ୍ରାମ ରାମୋଡ ଛକରେ ମଂଗଲବାର ରାତି ପ୍ରାୟ ୪ଟା ବେଳେ ଜଣେ ବ୍ୟକ୍ତିକୁ ଭାଲୁ ଆକ୍ରମଣ କରିଥିବା ସୂଚନା ମିଳିଛି । ବ୍ୟକ୍ତି ଜଣକ ହେଲେ ରାମୋଡ ଛକ ନିବାସୀ ଦଶରଥ ପରାଭୁଏ (୬୦) । ମିଳିଥିବା ସୂଚନା ଅନୁସାରେ ମଂଗଲବାର ଭୋର ସକାଳ ପ୍ରାୟ ୪ଟା ବେଳେ ଶୌଚ ହେବା ପାଇଁ ନିକଟସ୍ଥ ଜଂଗଲ ପରିସରକୁ ଯାଇଥିଲେ । ଏହି ସମୟରେ ଏକ ଭାଲୁ ଆସି ପଛପଟୁ ଆକ୍ରମଣ କରିଥିଲା । ବ୍ୟକ୍ତି ଜଣକୁ ପରିବାର ବର୍ଗ କଂଟାବାଂଜି ଡାକ୍ତରଖାନାକୁ ଆଣି ଚିକିତ୍ସା ପରେ ଘରକୁ ନେଇଥିବା ଜଂଗଲ ବିଭାଗ ତରଫରୁ ସୂଚନା ମିଳିଛି । କଂଟାବାଂଜି ରେଂଜ ଲର୍କି ଫରେଷ୍ଟର ସୁନିଲ କୁମାର ଛତ୍ରିଆ ଘଟଣାସ୍ଥଳକୁ ଯାଇ ଅନୁସଂଧାନ କରିଛନ୍ତି । ଭାଲୁ ଆକ୍ରମଣ ବାବଦକୁ ରେଂଜର ଶ୍ରଦ୍ଧାଦେବ ବଡମାଲିଙ୍କୁ ପଚାରିବାରୁ ଭାଲୁ ଆକ୍ରମଣ ହୋଇଥିବା ବିଷୟରେ ଜାଣିଛୁ ହେଲେ ଦଶରଥଙ୍କ ପରିବାର ଭାଲୁ ଆକ୍ରମଣ ହୋଇଥିବା ଘଟଣାକୁ ଲିଖିତ ଭାବେ ଆମ୍ଭକୁ ଜଣାଇ ନ ଥିବା ବେଳେ ମେଡିକାଲ ରିପୋର୍ଟ ମଧ୍ୟ ଦାଖଲ କରି ନାହାନ୍ତି । ମେଡିକାଲ ରିପୋର୍ଟ ସହ ଲିଖିତ ଭାବେ ଜଣାଇବା ପରେ କ୍ଷତି ପୂରଣ ବାବଦକୁ ଆମ୍ଭେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି ରେଂଜର ବଡମାଲି କହିଛନ୍ତି ।

Leave A Reply

Your email address will not be published.