ଧାମନଗରର ସଂଖ୍ୟାଲଘୁ ଧାର୍ମିକ ସ୍ଥଳ ଖାନୱାରେ ଜଳ ଯୋଗାଣର ସୁବ୍ୟବସ୍ଥା ପାଇଁ ୨କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଧାମନଗରରେ ଥିବା ମୁସଲମାନ ସମ୍ପ୍ରଦାୟର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଖାନୱାରେ ଏକ ପାଣି ଟାଙ୍କି ସହିତ ଜଳ ଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଧାମନଗର ଗସ୍ତ ଅବସରରେ ଖାନୱାର ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ଏ ବିଷୟରେ ଅନୁରୋଧ କରିଥିଲେ । ଶ୍ରୀ ପାଣ୍ଡିଆନ ଏହି ଅନୁରୋଧ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସେମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପାଣି ଟାଙ୍କି ଓ ଜଳ ଯୋଗାଣ ସୁବିଧା ପାଇଁ ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ପୀରବାବା ହୁଜୁର ମୁଜାହିଦ ଏ ମିଲାତପେଙ୍କ ଅନୁଗାମୀମାନେ ପ୍ରତିଦିନ ବହୁ ସଂଖ୍ୟାରେ ଖନୱାକୁ ଆସିଥାନ୍ତି । ପୀରବାବା ହୁଜୁର ମୁଜାହିଦଙ୍କ ଉର୍ସ ଉତ୍ସବ ସମୟରେ ଏଠାରେ ବିଶେଷ ଭିଡ ପରିଲକ୍ଷିତ ହୋଇଥାଏ । ସେଠାରେ ଜଳ ଯୋଗଣରେ ଉନ୍ନତି ହେବା ଦ୍ୱାରା ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ଉର୍ସ ମୁଜାହିଦ ଏ ମିଲାତ କମିଟିର ସଦସ୍ୟମାନଙ୍କ ସମେତ ୨ ଲକ୍ଷ ଭକ୍ତ ଉପକୃତ ହେବେ । ସେମାନଙ୍କ ଅସୁବିଧାର ତୁରନ୍ତ ସମାଧାନ ହୋଇଥିବାରୁ ଧାମନଗର ଅଞ୍ଚଳର ମୁସଲମାନ ଭାଇ ଓ ଭଉଣୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇବା ସହିତ ଗଭୀର କୃତଜ୍ଞତା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.