csstore

ଉତ୍କଳଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ଦ୍ଵାରା କ୍ରୀଡା ଓ ଯୁବସେବା ବିଭାଗ ସହାୟତାରେ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ମଞ୍ଜୁଲତା ଦେହୁରୀଙ୍କ ସଭାପତିତ୍ୱ ଓ ଅଧ୍ୟାପକ ପ୍ରଦୀପ କୁମାର ଗିରିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡ.ସମର ମୁଦାଲି ମୁଖ୍ୟ ଅତିଥି, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ସେଠୀ ଓ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବ୍ରଜେଶ ଚନ୍ଦ୍ର ପାଠକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷା ସୁଶ୍ରୀ ଦେହୁରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଡ.ମୁଦାଲି ତାଙ୍କ ବକ୍ତବ୍ୟରେ କହିଲେ ଯେ ଯୁବଶକ୍ତି ହେଉଛନ୍ତି ଦେଶର ମେରୁଦଣ୍ଡ । ଛାତ୍ର ସମାଜ ସମାଜର ଜାଗ୍ରତ ପ୍ରହରୀ । ଶିକ୍ଷାର ଉଦ୍ଦେଶ୍ୟ ଦେଶ ଗଠନ କରିବା । ଏହା ସହ ଛାତ୍ର ଛାତ୍ରୀମାନଙ୍କୁ ଭଲମଣିଷ ହେବାପାଇଁ ଉପଦେଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ସେଠୀ ତାଙ୍କ ବକ୍ତବ୍ୟରେ ନାଟକ ଜୀବନର ଏକ ଅଙ୍ଗ, ତଥା ଏହା ଅବସାଦ ଦୂର କରିବାରେ ପ୍ରମୁଖ ଭୂମିକା ରହିଛି ବୋଲି ମତ ରଖିଥିଲେ । ଅନ୍ୟତମ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ପାଠକ ଛାତ୍ର ଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ପ୍ରତ୍ୟେକ ଯୁବଶକ୍ତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ପ୍ରତିଭାର ବିକାଶ କରିବା ପାଇଁ ଉଦ୍ୟମ କରିବା ଦରକାର । ଅଧ୍ୟାପକ ସୁଶାନ୍ତ କୁମାର ମହାନ୍ତି ଅତିଥିଙ୍କ ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅଧ୍ୟାପିକା ସୁଚିତ୍ରା କୁମାରୀ ପାଠକ ଓ ଛାତ୍ର ମନୀଷ କୁଜୁରଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ସଂଗୀତ ପ୍ରତିଯୋଗୀତା ସହ ନାଟକ ନୀରୋଗ ରହିବାର ବାଟ ଓ ନାରୀ ଜାଗରଣ ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲା । ବିଚାରକ ଭାବେ ପୁଷ୍ପା ମିଶ୍ର, ମୃତ୍ୟୁଞ୍ଜୟ ବାଦଶା, ସ୍ବର୍ଣ୍ଣରେଖା ମହନ୍ତ ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ରୀତା କୁମାରୀ ରାୟ, ରୀତା ଦାସ, ସତ୍ୟେନ୍ଦ୍ର କୁମାର ସିଂ, ସନ୍ଧ୍ୟାରାଣୀ ଚୌଧୁରୀ, ସୌମ୍ୟରଞ୍ଜନ ଦାଶ, ଯାଦବ ଚନ୍ଦ୍ର ବିଶ୍‌ଶ୍ୱାଳ, ଗୀତାଞ୍ଜଳି ସାହୁ, ସମ୍ହିତା ପଟ୍ଟନାୟକ, ପ୍ରିନନ ମହାନ୍ତି, ଶୈଳବାଳା ଷଡ଼ଙ୍ଗୀ, ଉଷାରାଣୀ ବେହେରା, କୁଳମଣି ବେହେରା, ଗୋଲକ ବିହାରୀ ବଡାଇକ, ଜନ ରାଜୁ, ରଞ୍ଜନ ସାମଲ, ଅଳକାରଶ୍ମି ମହାନ୍ତି, ପ୍ରକାଶ ଦାସ, ସୁନିତା ମହାଳିକ, ସନ୍ତୋଷିନୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.