jsm

ଗଞ୍ଜାମ କଲେଜରେ ଯୁବ ଓଡିଶା, ନବୀନ ଓଡିଶା ସାଂସ୍କୃତିକ ଓ ଯୁବ ବିକାଶ କାର୍ଯ୍ୟକ୍ରମ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରେରଣା ଯୁବ ଓଡିଶା, ନବୀନ ଓଡିଶା ସମନ୍ୱିତ ସାଂସ୍କୃତିକ ଓ ଯୁବ ବିକାଶ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସିମାଞ୍ଚଳ ଭୋଳ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଲୋକ ସମ୍ପର୍କ ସୂଚନା ଅଧିକାରୀ ତଥା ନାଟ୍ୟକାର, ଲେଖକ ରବିନାରାୟଣ ବେହେରା, ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ମୁଖ୍ୟ ବକ୍ତା ପୂର୍ବତନ କଲେଜ ଅଧ୍ୟକ୍ଷ ଡଃ ପ୍ରବୀଣ କୁମାର ନନ୍ଦ, ଅଧ୍ୟାପକ ଗଦାଧର ସାହୁ, ଅଧ୍ୟାପକ ଦୁର୍ଗା ପ୍ରସାଦ ଦାସ, ଅଧ୍ୟାପକ ରବୀନ୍ଦ୍ର ସେଠି ପ୍ରମୁଖ ମଂଚାସୀନ ଥିଲେ । ଓଡ଼ିଆ ଅଧ୍ୟାପକ ଏସ୍‌ ମହାନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଇଂଲିଶ ଅଧ୍ୟାପକ ଦାସ ଓ ସେଠୀ କଲେଜ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଯୁବ ଦକ୍ଷତା ବୃଦ୍ଧି ଓ କଲେଜର ଭିତ୍ତି ଭୂମି ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ବୋଲି ଡ଼ିଆଇପିଆରଓ ବେହେରା ମତ ବ୍ୟକ୍ତ କରିଥିଲେ । ଏହାକୁ କଲେଜ କର୍ମକର୍ତ୍ତା ପରିଚାଳନା କରିଥିଲେ ପରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

yuvodaya
Leave A Reply

Your email address will not be published.