jsm

ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ହରିଶଙ୍କର ଗସ୍ତ, ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

csstore

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ହରିଶଙ୍କର ଗସ୍ତ କରି ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ହରିଶଙ୍କରର ବିକାଶ ପାଇଁ ପୂର୍ତ୍ତ ବିଭାଗ ଦ୍ଵାରା ଚାଲିଥିବା ଉନ୍ନୟନ କାମର ଅଗ୍ରଗତି ବୁଲି ଦେଖିଥିଲେ । ବୁଲି ଦେଖିବା ସମୟରେ ପ୍ରବେଶ ପଥ, ପାର୍କିଂ, ଭିଉ ପଏଣ୍ଟ, ପାଚେରୀ ଆଦି ବୁଲି ଦେଖିବା ସହ କାମର ସମୀକ୍ଷା ମଧ୍ୟ କରିଥିଲେ । ଡିସେମ୍ବର ଶେଷ ସୁଧା ଏହି କାମ ସାରିବା ସହ ହରିଶଙ୍କର ଏବଂ ନୃସିଂହନାଥ ବିକାଶ ମୁଖ୍ୟମନ୍ତୀଙ୍କର ସ୍ଵପ୍ନର ପ୍ରକଳ୍ପ ବୋଲି କହିଥିଲେ । ପରେ ମିଶନ ଶକ୍ତି କାଫେ ବୁଲିବା ସହିତ ମହିଳାଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ସେ ନେଇ ସମୀକ୍ଷା କରିଥିଲେ । ଏହି ଅବସରରେ ପଶ୍ଚିମ ଓଡ଼ିଶାର ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଅଜିତ୍ କୁମାର ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣା, ବୈଷୟିକ ପରାମର୍ଶଦାତା ସୁନିଲ କୁମାର ନାଏକ, ଓଆଇସି ତଥା ଅତିରିକ୍ତ ନିର୍ଦ୍ଦେଶକ ପ୍ଲାନିଂ ସଞ୍ଜୟ କୁମାର ଦୀପ, ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଞ୍ଜୀବ କୁମାର ମହାନ୍ତି, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.