csstore

ଓମ୍‌ ଭ୍ୟାଲି ସ୍କୁଲ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ କ୍ଷେତ୍ର ପରିଭ୍ରମଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସହରର ପ୍ରତିଷ୍ଠିତ ଇଂରାଜୀ ବିଦ୍ୟାଳୟ ଭିତରେ ଓମ୍‌ ଭ୍ୟାଲି ସ୍କୁଲ ଅନ୍ୟତମ । ଏହି ସ୍କୁଲରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ସଦାବେଳେ ନୂତନ ଶିକ୍ଷା ପଦ୍ଧତିରେ ବିଦ୍ୟାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟାପିକା ନିଶି ବେରିଙ୍କ ତତ୍ତ୍ଵାବଧାନରେ ବେଲଗାଁ ରାସ୍ତାରେ ଥିବା ଚୋରମରା ସ୍ଥିତ ମହାବୀର କାଗଜ କଳ ପରିଦର୍ଶନ କରିଛନ୍ତି । ଶୈକ୍ଷିକ କ୍ଷେତ୍ର ପରିଭ୍ରମଣ ଅନ୍ତର୍ଗତ କାଗଜ କିପରି ପ୍ରସ୍ତୁତ କରାଯାଏ ଏବଂ ଆବଶ୍ୟକ ଉପକରଣ ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ । କାରଖାନାର ଅଧିକାରୀଙ୍କୁ ଛାତ୍ରଛାତ୍ରୀମାନେ ଉତ୍କଣ୍ଠାର ସହ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରି ବୁଝି ଉତ୍ତର ପାଇଥିଲେ । ଏହି ପରିଦର୍ଶନ ସମୟରେ ସ୍କୁଲର ଶିକ୍ଷକ ଜୟଶଙ୍କର ବେହେରା, ରବି ବେହେରା, ଅନୁପ ଚୌହାନ, ସତିଶ ଛୁରା, ପି ଶିବ କୁମାର, ଶିକ୍ଷୟତ୍ରୀ ବବିତା ମିଶ୍ର, ଅନୁଶ୍ରୀ ଅଗ୍ରୱାଲ, କଳ୍ପନା ପୁରୋହିତ, ସ୍ନେହଲତା ଷଡଙ୍ଗୀ, ପ୍ରିୟା ସିଂ, ମାନିନୀ ବିଶି, ଯଜ୍ଞ ମହଲା, ମନୀସା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଗ୍ରହୀ ବିଦ୍ୟାର୍ଥୀଙ୍କ ପାଇଁ କ୍ଷେତ୍ର ପରିଭ୍ରମଣଟି ବେଶ ଉପଯୋଗୀ ଓ ଜ୍ଞାନ ବର୍ଦ୍ଧକ ହୋଇଥିଲା ।

jayashree
Leave A Reply

Your email address will not be published.