ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଶନିବାର ଦିନ ନିଖିଳ ଉତ୍କଳ ଶିକ୍ଷକ ସଂଘ ଆହ୍ୱାନ କ୍ରମେ ପଦ୍ମପୁର ବିଇଓ ଅଫିସ ପ୍ରାଙ୍ଗଣରେ ରାଜବୋଡା ସମ୍ବର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରଘୁନାଥ ପୁରୀଙ୍କ ସଭାପତିତ୍ବରେ ଗଣଧାରଣା ଆଜି ତୃତୀୟ ଦିନ ପହଞ୍ଚିଛି । ଧାରଣାର ପ୍ରାରମ୍ଭରେ ଶ୍ରୀ ପୁରୀ ମହୋଦୟ ରାଜ୍ୟ ସରକାରଙ୍କ ଅପାରଗତାକୁ ନିନ୍ଦା କରିବା ସହ ସଂଗ୍ରାମୀ ଭାଇ ଭଉଣୀଙ୍କୁ ବୈପ୍ଲବିକ ଉଦ୍ବୋଧନ ଦେଇଥିଲେ । ଏହି ଗଣ ଆନ୍ଦୋଳନକୁ ବରଗଡ଼ ଜିଲ୍ଲା ସଭାପତି ଡୁଲାମଣି ମାହାର ସମ୍ପାଦକ କନିଷ୍ଠ ଶିକ୍ଷକ ସମ୍ପାଦକ ଆସି ସଂଗ୍ରାମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ପରେ ପଦ୍ମପୁର ସହରର ଅଗ୍ରଣୀ ସଂସ୍ଥା ଆଶା ସତ୍କାରର ସଭାପତି ନିରୋଜ ଦୋରା, ସମ୍ପାଦକ ଅଜିତ ଶତପଥୀ, ଅଶୋକ ଦାନୀ, ନାଦୁ ବେହେରା, ଅଶୋକ ମିଶ୍ର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ନିଜର ସମର୍ଥନ ବାର୍ତ୍ତା ଜାହିର କରିଥିଲେ । ଏହା ପରେ ସଂଜୟ କୁମାର ପଟେଲ, ରାଜେନ୍ଦ୍ର ମହାନ୍ତି, ରାଜକୁମାର ସାହୁ, ରତ୍ନାକର ଶତପଥି, କାମାକ୍ଷୀ ଶତପଥି, ପ୍ରଭାତୀ ପଟ୍ଟନାୟକ, ଦଶରଥ କଲେତ, ସୁଦାମ ବିଶି, ବୈଷ୍ଣବ କୁଦେଇ ପ୍ରମୁଖ ନିଜ ନିଜ ଅଗ୍ନିମୟୀ ଭାଷଣ ପ୍ରଦାନ କରିଥିଲେ । ପଦ୍ମପୁର ଓଷ୍ଟା ସଂଘର ସଭାପତି ପ୍ରମୋଦ ନାଥ, ସମ୍ପାଦକ ପ୍ରସନ୍ନ ମେହେର, ମାର୍କଣ୍ଡ ଭୋଇ, ଚୁଳ ସୁନ୍ଦର ମେହେର ପ୍ରମୁଖ ସଦସ୍ୟମାନେ ଗଣ ଧାରଣରେ ଯୋଗଦେଇ ନିଜର ସମର୍ଥନ ଜଣାଇଥିଲେ । ଶେଷରେ ସମ୍ପାଦକ ରୂପକ ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
Prev Post