ଆଗଲପୁର ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଓ କ୍ୱିଜ୍‌ ପ୍ରତିଯୋଗିତା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା)ବ୍ଲକ ସାଲେଭଟାଠାରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଓ କ୍ୱିଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ କୃଷ୍ଣ ପ୍ରସାଦ ସ୍ମାରକୀ ନୋଡାଲ ବାଳିକା ବିଦ୍ୟାଳୟ ସ୍ମାର୍ଟ ରୁମ୍‌ରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବ୍ଳକ ବିଜ୍ଞାନ ଆବାହକ ବାଳକୃଷ୍ଣ ମହାନନ୍ଦ ଏହାକୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏଥିରେ ବ୍ଳକର ୨୭ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏଥିନେଇ ଅନୁଷ୍ଠିତ ବିଜ୍ଞାନ ସେମିନାରରେ “ଶ୍ରୀଅନ୍ନ-ଏକ ମୂଲ୍ୟବର୍ଦ୍ଧିତ ଖାଦ୍ୟ ଅଥବା ଭ୍ରାନ୍ତି ଆହାର” ସନ୍ଦର୍ଭ ଉପରେ ଛାତ୍ରଛାତ୍ରୀମାନେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ର ମିଲେଟ୍‌ ମିସନ ଉପରେ ଆଧାରିତ ହୋଇଥିଲା । ଏଥିରେ ସୂର୍ଯ୍ୟକଲ୍ୟାଣ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନନ୍ଦିନୀ ଗୁରୁ ପ୍ରଥମ, ପଂଚାୟତ ଉଚ୍ଚ ବିଦ୍ୟାଳୟ ରୋତ୍‌ର ଛାତ୍ରୀ ସ୍ନେହା ପଟେଲ ଦ୍ୱିତୀୟ ଓ ବଂଶୀଧର ସ୍ମାରକୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଯାଜ୍ଞସେନୀ ମଳ୍ଲିକ ତୃତୀୟ ସ୍ଥାନ ଅଧିକାର କରିଥିଲେ । କ୍ୱିଜ୍‌ ପ୍ରତିଯୋଗିତା ବରିଷ୍ଠ ବଭାଗରେ ବାବୁଫାସଡ ଉଚ୍ଚ ବିବ୍ୟାଳୟର ଛାତ୍ର ଶୁଭମ୍‌ ଖମାରୀ ପ୍ରଥମ, ଉଚ୍‌ବାହାଲ ସ୍କୁଲର ଛାତ୍ର ରୋସନ ଦୋରା ଦ୍ୱିତୀୟ ଓ ଆଗଲପୁର ପଂଚାୟତ୍‌ ହାଇସ୍କୁଲର ଛାତ୍ର ରାକେଶ ମେହେର ତୃତୀୟ ସ୍ଥାନ ଅଧିକାର କାରିଥିଲେ । ସେହିପରି କନିଷ୍ଠ ବିଭାଗରେ ଛେଲିଆପାଟ ଉଚ୍ଚ ବିବ୍ୟାଳୟର ଛାତ୍ର ବିଘ୍ନ କୁମାର ପୁଟେଲ ପ୍ରଥମ, ପଂଚାୟତ ହାଇସ୍କୁଲ ରୋତ ଛାତ୍ର ଆଶୁତୋଷ ପଟେଲ ଦ୍ୱିତୀୟ ଓ ଏସ୍‌ଏସ୍‌ଡି ହାଇସ୍କୁଲର ରାମପୁର ଛାତ୍ର ପଦ୍ମଲୋଚନ ମହାନନ୍ଦ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଆକାରରେ ଲୋଇସିଂହା ବ୍ଲକ ଯୋଗୀସର୍ଡା ହରିହର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ନରେଶ ଦ୍ୱାରୀ ଓ ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ରାଜକୁମାର ଭୋଇ ବିଚାରକ ଭାବରେ ଯୋଗଦାନ କରିଥିଲେ । କୃଷ୍ଣ ପ୍ରସାଦ ସ୍ମାରକୀ ନୋଡାଲ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମହାନନ୍ଦ ଉଦ୍‌ଯାପନୀ ଉତ୍ସବରେ ସଭାପତିତ୍ୱ କରିଥିଲେ । ଆଗଲପୂର ବ୍ଳକ ଜୋନ ୨ର ଜିଲ୍ଲାପରିଷଦ ସଭା ବୀଣାପାଣୀ ଦାଶ ମୁଖ୍ୟଅତିଥି ଓ ଆଗଲପୁର ବ୍ଲକ ଶିକ୍ଷା ଅଧିକାରୀ ଦିଲିପ କୁମାର ପାଠୀ ସମ୍ମାନୀତ ଅତିଥି ଆକାରରେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବ୍ଳକ ବିଜ୍ଞାନ ସଂଯୋଜକ ତାରାକାନ୍ତ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ସଚ୍ଚିଦାନନ୍ଦ ପଧାନ, ଦିଲ୍ଲିପ କୁମାର ଧଳ, କ୍ଷୀରୋଦ୍ର ସାହୁ, ଜଗଦାନନ୍ଦ ବିଶ୍ୱାଳ, ମନୋରଞ୍ଜନ ସାହୁ ଓ ସଞ୍ଜିବ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ବେନ୍ଦ୍ରା ରଘୁନାଥ ହାଇସ୍କୁର ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.