ଇସ୍ପାତ ସାହିତ୍ୟ ସଂସଦରେ ଗଙ୍ଗାଧର ଜୟନ୍ତୀ, ପୁସ୍ତକ ଉନ୍ମୋଚନ, ପ୍ରତିଭା ସମ୍ମାନ ଓ କବିତା ପାଠ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ସଭାଗୃହରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ଆବାହକତ୍ୱରେ ଏବଂ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାର ପ୍ରାରମ୍ଭରେ ବାସନ୍ତୀ ପାଠାଗାରର ଦିବଂଗତ ସଭାପତି ପ୍ରଫେସର ଜେ. କାମେଶ୍ୱର ରାଓ, ପ୍ରଗତି ଉତ୍କଳ ସଂଘର ପ୍ରାକ୍ତନ ସଭାପତି ବିଶ୍ୱନାଥ ବେହେରା ଏବଂ ବିଶିଷ୍ଟ ସାନ୍ତାଳୀ ଲେଖକ ମଦନମୋହନ ଟୁଡୁଙ୍କ ବିୟୋଗରେ ୨ମି. ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଡ. ସୁଚିତ୍ରା ମହାନ୍ତି କହିଲେ ଯେ, ଗଙ୍ଗାଧର ତାଙ୍କ କବିତାରେ ପୌରାଣିକ କଥାବସ୍ତୁକୁ ଆଧୁନିକ ଶୈଳୀରେ ଅତ୍ୟନ୍ତ ଚମତ୍କାର ଭାବେ ଉପସ୍ଥାପିତ କରିଯାଇଛନ୍ତି । ତାଙ୍କର କାଳଜୟୀ କବିତାରେ ପ୍ରକୃତି ଜୀବନ୍ତ ହୋଇ ଉଠିଛି ଯାହା ପାଠକର ହୃଦୟ ତଂତ୍ରୀକୁ ସ୍ପନ୍ଦିତ କରିପାରିଛି । ତାଙ୍କ କବିତାର ଛତ୍ରେ ଛତ୍ରେ ଭରି ରହିଛି ଶାସ୍ୱତ ପ୍ରେମର ଅପୂର୍ବ ନିଦର୍ଶନ । ମୁଖ୍ୟ ଅତିଥି ଭାବେ ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ସୁନୀଲ କାୟାଲ ଯୋଗଦେଇ ସଂସଦର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ସମର୍ପିତ କାର୍ଯ୍ୟକ୍ରମ ଦେଖି ଭୂୟସୀ ପ୍ରଶଂସା କରିବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ଅବସରରେ କବି ସୁଚିତ୍ରା ସାମଲଙ୍କ ପୁସ୍ତକ “ଭକ୍ତି ପୁଷ୍ପାଞ୍ଜଳି” ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । କବି ହରମୋହନ ମିଶ୍ର ଏହାକୁ ସମୀକ୍ଷା କରିଥିଲେ । ସମ୍ବର୍ଦ୍ଧନା ପର୍ବରେ କବି କନକଲତା ମିଶ୍ରଙ୍କୁ କବି ରେବତୀ ସାହୁ ସ୍ମୃତି ସାରସ୍ଵତ ସମ୍ମାନ, ସୁମିତ୍ରା ମିଶ୍ରଙ୍କୁ ମାଳତୀ ଦେବୀ ସ୍ମୃତି ସାରସ୍ଵତ ସମ୍ମାନ, କବି ବିଜୟିନୀ ଜେନାଙ୍କୁ ଡ. ଶ୍ରୀନିବାସ ଧଳ ସ୍ମୃତି ସାରସ୍ଵତ ସମ୍ମାନ, କବି ରାଧାକାନ୍ତ ମହାରଣାଙ୍କୁ ଗୁରୁ ପଦ୍ମ ଚରଣ ମଥାନ ସାରସ୍ଵତ ସମ୍ମାନ, ଭଞ୍ଜ କିଶୋର ଜେନାଙ୍କୁ ଗୁରୁ ପାଗଳ ପଣ୍ଡା ସ୍ମୃତି ସାରସ୍ଵତ ସମ୍ମାନ ଏବଂ ରଙ୍କନିଧି ସେଠୀଙ୍କୁ ରଘୁନାଥ ବିଶ୍ୱାଳ ସ୍ମୃତି ସାରସ୍ଵତ ସମ୍ମାନ ପ୍ରଦାନ ପୂର୍ବକ ମାନପତ୍ର, ଫଳକ, ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନନ୍ଦ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ସୁସ୍ମିତା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । କବି ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।
ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ସାହିତ୍ୟିକ ରାଧାକାନ୍ତ ମହାରଣାଙ୍କ ଅଧ୍ୟକ୍ଷତାରେ ଏବଂ ସ୍ମିତା ମିଶ୍ର ଓ ଶ୍ୱେତ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ମୌସୁମୀ କବିତା ଆସରରେ ରବୀନ୍ଦ୍ର ନାଥ ମହାନ୍ତି, ମଞ୍ଜୁଳା ରଥ, ବନଲତା ମିଶ୍ର, ବିଜୟିନୀ ଜେନା, ଉପେନ୍ଦ୍ର ବସ୍ତିଆ, ପ୍ରତାପ କୁମାର ପଣ୍ଡା, ସ୍ନେହଲତା ପଟ୍ଟନାୟକ, ସୁକାନ୍ତି ନାୟକ, ଅଜୟ କୁମାର ମହାନ୍ତି, ସୁଷମା ପଟେଲ, ଅର୍ଚ୍ଚନା ପାତ୍ର, ବସନ୍ତ ବିଶ୍ଵକର୍ମା, କଳ୍ପନା ନନ୍ଦ, ସୁଶାନ୍ତ ନାୟକ, ସ୍ବର୍ଣପ୍ରଭା ନନ୍ଦ, ସାଗର ମହାନ୍ତି, ମୋହନ ସିଂ, ସୁମିତ୍ରା ମିଶ୍ର, ବିଷ୍ଣୁ ଚରଣ ସାହୁ, ସତ୍ୟବ୍ରତ ଦାସ, ନିଶିକାନ୍ତ ମିଶ୍ର, ଶ୍ବେତ କୁମାର ବେହେରା, ରାଧାକାନ୍ତ ମହାରଣା ଏବଂ ସ୍ମିତା ମିଶ୍ର ପ୍ରମୁଖ ସ୍ୱରଚିତ କବିତାମାନ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜୀବ ପାଣି, ଭୂପେନ ମହାପାତ୍ର, ଶଙ୍କର ପ୍ରସାଦ ତ୍ରିପାଠୀ, ତ୍ରିଲୋଚନ ମଥାନ, ଲକ୍ଷ୍ମଣ ନାଥ ଦାସ, କୈଳାଶ ପ୍ରଧାନ, ଡଃ ସୁବାସ ଲେଙ୍କା, ସୁଧାଂଶୁ ଅଶୋକ, ଡଃ ଅନଙ୍ଗ କୁମାର ପ୍ରହରାଜ, କାଶୀନାଥ ନନ୍ଦୀ, ପ୍ରଶାନ୍ତ ପତି, ସସ୍ମିତା ପ୍ରଧାନ, ସବିତା ବସ୍ତିଆ, ବିଜୟ ରାୟ, ରାଧାମୋହନ ନାୟକ, ବିଭୂତି ଦାସ, ପୁଷ୍ପା ପଟେଲ, ଗଙ୍ଗାଧର ପୁହାଣ, ଗୀତା ରାଣୀ ବେହେରା, ପ୍ରତିମା କୁଜୁର, ମମତା ଜେନା, ପ୍ରଫୁଲ୍ଲ ସାମଲ ଓ ବିଭୂ ନାୟକ ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.