ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ

  • ମଞ୍ଚସ୍ଥ ହେବ “ଏଇ ଯେ ସୂର୍ଯ୍ୟ ଉଏଁ” ଓ “ପରଶୁର ଉତ୍ତର ଦାୟିତ୍ଵ”

ମ.ରାମପୁର, (ହେମନ୍‌ନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘ ଆସନ୍ତା ନଭେମ୍ବର ମାସରେ ଶତ ବାର୍ଷିକୀ ଉତ୍ସବ ମହାସମାରୋହରେ ପାଳନ କରିବ । ଏହି ମହୋତ୍ସବ ଅବସରରେ ଓଡ଼ିଶାର ପ୍ରସିଦ୍ଧ ନାଟ୍ୟକାର ଅବସରପ୍ରାପ୍ତ ପ୍ରଫେସର ବିଜୟ କୁମାର ଶତପଥୀଙ୍କ ବହୁ ଚର୍ଚ୍ଚିତ ନାଟକ “ଏଇ ଯେ ସୂର୍ଯ୍ୟ ଉଏଁ” ଏବଂ ନାଟ୍ୟକାର ପଦ୍ମଲୋଚନ ମିଶ୍ରଙ୍କ ନାଟକ “ପରଶୁ ର ଉତ୍ତର ଦାୟିତ୍ଵ” ମଞ୍ଚସ୍ଥ ହେବ । ଦୁଇଟି ନାଟକ ନିର୍ଦ୍ଦେଶନା ଦେଉଛନ୍ତି ନାଟ୍ୟକାର, ନିର୍ଦେଶକ ତଥା ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ । ଉଭୟ ନାଟକର ଶୁଭାରମ୍ଭ ଶ୍ରୀରାମ କଲ୍ୟାଣ ମଣ୍ଡପଠାରେ ବିଧିବଦ୍ଧ ଭାବେ ପ୍ରଭୁ ଶ୍ରୀରାମ ମନ୍ଦିରରେ ପୂଜାର୍ଚ୍ଚନା ସହିତ ଆରମ୍ଭ ହୋଇଥିବା ଜଣାପଡିଛି । ଚନ୍ଦ୍ରମଣି ନାଟ୍ୟ ସଂଘର ସଭାପତି ପଦ୍ମଲୋଚନ ମିଶ୍ର, ସମ୍ପାଦକ ହେମନ୍ତ ସାହୁ, ଉପସଭାପତି ଚିତ୍ତ ରଞ୍ଜନ ବାଗ, ସହ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ, ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟ ଉପସ୍ଥିତ କଳାକାରମାନଙ୍କୁ ନେଇ ଦୁଇଟି ନାଟକରୁ ଗୋଟିଏ ଲେଖାଏଁ ଦୃଶ୍ୟର ନିର୍ଦ୍ଦେଶନା ଦେଇଥିଲେ । ଚନ୍ଦ୍ରମଣି ନାଟ୍ୟ ସଂଘର ବରିଷ୍ଠ ସଦସ୍ୟ ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ଭାଗବତ ଘିଭେଲା, ଦୀନବନ୍ଧୁ ମହାରଣା, ସପନ କୁମାର ପଟ୍ଟନାୟକ, ରମାକାନ୍ତ ପ୍ରହରାଜ, ବିକାଶ ରଞ୍ଜନ ସିଂହଦେଓ, ବୀରେନ୍ଦ୍ର ରଥ, ସନ୍ତୋଷ କୁମାର ଦୁବେ, ଦେବେଶ ମାଧବ ସିଂହଦେଓ, ସରୋଜ କୁମାର ମହାଖୁଡ଼, ପଦ୍ମଲୋଚନ ନାୟକ, ଜୟନ୍ତ କୁମାର ନାୟକ, ରାକେଶ ଶତପଥି, ରଶ୍ମି ରଂଜନ ପ୍ରହରାଜ, ନୀଳ ମାଧବ ସିଂହଦେଓ, ପ୍ରଦୀପ କୁମାର ସିଂ (ବଡ଼ ବାବୁ), ସାଇ ପ୍ରସାଦ ମହାରଣା, ଉପେନ୍ଦ୍ର ମହାଖୁଡ଼ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.