jayashree

ଗୀତା ସୁଗ୍ରିତା କର୍ତ୍ତବ୍ୟା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଜ୍ଞାନ ମିଶନ ତରଫରୁ ଗୀତା ସୁଗ୍ରୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଚିତ୍ତ ରଞ୍ଜନ ଷଡଙ୍ଗୀ, ସହ ସଂଯୋଜକ ସତ୍ୟ ପ୍ରକାଶ ବେଦବାକ୍‌ ଓ ରଘୁନାଥ ହୋତା ଯୋଗ ଦେଇଥିଲେ । ଜାମଗାଁ କଲେଜର ସଂସ୍କୃତ ଅଧ୍ୟାପକ ଛାଲ ଭୋଇ ମୁଖ୍ୟବକ୍ତା ଓ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜ କିଶୋର ପଣ୍ଡା ମୁଖ୍ୟ ଉପଦେଷ୍ଟା ଭାବେ ଅଭିଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ପ୍ରଭାତ ସାହୁ ମଂଚ ପରିଚାଳନା କରିଥିଲେ । ଶ୍ରୀ ଷଡଙ୍ଗୀ ଗୀତାଧ୍ୟାନ ସହ ଦୀପ ପ୍ରଜ୍ଜଳନ ବେଳେ ବିଦ୍ୟାଳୟର ଶିକ୍ଷକ / ଶିକ୍ଷୟିତ୍ରୀ ଏବଂ ସମସ୍ତ ପ୍ରତିଯୋଗୀ ଉପସ୍ଥିତ ଥିଲେ । ଏଥିରେ ଚାରୋଟି ବର୍ଗରେ ୩୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ‘କ’ ବର୍ଗରେ ଯଥାକ୍ରମେ ରିଶ୍ନା ବିଶ୍ୱାଳ, ଅଧ୍ୟୟନ ବିଶ୍ୱାଳ, ଶ୍ରୀୟା ପଣ୍ଡା, ‘ଖ’ ବର୍ଗରେ ବିବେକ ମେଶ୍ୱା, ଆଦ୍ୟାଶା ପାଣିଗ୍ରାହୀ, କିରନ୍‌ ନନ୍ଦ, ‘ଗ’ ବର୍ଗରେ ପୁନମ ମିଶ୍ର, ଚିନ୍ନାମା ଲକ୍ଷ୍ମୀ ପଧାନ, ପ୍ରତିଭା ସାଲମା ଓ ‘ଘ’ ବର୍ଗରେ ବର୍ଷାରାଣୀ ପଧାନ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶେଷରେ ପ୍ରଜ୍ଞାନ ମିଶନ ଓ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଅର୍ପର୍ଣ ସହ ସଭା ସାଙ୍ଗ କରାଗଲା ।

Leave A Reply

Your email address will not be published.