jsm

ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ବୀମା, ପିଇବା ପାଣି ସମସ୍ୟା, ଇଲେକ୍‌ଟ୍ରିକ ସମସ୍ୟା, ଇନ୍‌ପୁଟ୍‌ ସବସିଡ଼ି ଆଦି ଅନେକ ପ୍ରସଙ୍ଗ ଉପରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ କମିଟି ସଚିବାଳୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ପ୍ରଥମେ ବୋଡାସମ୍ବରବାସୀଙ୍କ ତରଫରୁ ଶ୍ରୀ ପୁରୋହିତ ଓ ଅନ୍ୟମାନେ ଫୁଲତୋଡା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଲୋଚନା ସମୟରେ ଅବହେଳିତ ପଦ୍ମପୁର ଅଞ୍ଚଳର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଥିବା କମିଟି ସଦସ୍ୟମାନେ ସୂଚନା ଦେଇଛନ୍ତି । ଆଲୋଚନା ସମୟରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସହ ଭୋଜରାଜ ବାଗ, ସତ୍ୟମ ପ୍ରଧାନ, ନାଥ ସିଦ୍ଧାର, ବସନ୍ତ ସାହୁ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.