pakka

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍ : ୧ ମୃତ, ୪ ଗୁରୁତର

bbehera

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଘାଟିରେ ପିକଅପ୍ ଭ୍ୟାନ୍ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ଖଇରପଙ୍କର ଲିଙ୍ଗା କନିଆରୀ । ସୂଚନା ଥନୁଯାୟୀ ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନରାଶି ଗାଁରୁ ମା’ ବାଙ୍କେଶ୍ୱରୀଙ୍କ ଦର୍ଶନ ପାଇଁ ଭ୍ୟାନ୍ ଯୋଗେ ପାହାଡ଼କୁ ଯାଉଥିଲେ । ଗାଡ଼ି ପାହାଡ଼ ଚଢୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲିଙ୍ଗାଙ୍କୁ ଡାକ୍ତର ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ।

jay balangir
Leave A Reply

Your email address will not be published.

eleven − 4 =