pakka

ଚେକଂ ଚିକିତ୍ସାରେ ଗଲା ଜୀବନ

bbehera

ନୂଆପଡା, (ନିରାକାର ମେହେର) : ଅନ୍ଧ ବିଶ୍ୱାସର କରୁଣ ପରିଣତି । ନୂଆପଡା ଜିଲ୍ଲାରେ ପୁଣି ଘଟିଛି ଅଭାବନୀୟ ଘଟଣା । ଦୁଇ ମାସର ଶିଶୁ ପେଟରେ ଚେଙ୍କ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ବୋଡେନ ଥାନା କୁସୁମଖୁଣ୍ଟା ଗାଁର ଲାଲାଧର ବଚ୍ଛାଙ୍କ ଦୁଇ ମାସର ଶିଶୁ କୁଲଦୀପ ବଚ୍ଛାଙ୍କର ଜଣ୍ଡିସ, କଳାଶିର ସହ ପେଟ ଫୁଲିଥିଲା । କଳାଶିରା ରୋଗରୁ ରକ୍ଷା ପାଇବା ପାଇଁ ଗାଁରେ ଚୂଡିକୁ ଗରମ କରି ଚେଙ୍କ ଦିଆଯାଇଥିଲା । ଦୁଇ ମାସର ଶିଶୁ ପେଟରେ ୧୦ଥର ଚେଙ୍କ ଦିଆଯାଇଛି । ୫ ଦିନ ପରେ ଅଧିକ ଦେହ ଖରାପ ହେବାରୁ ପ୍ରଥମେ ଖଡିଆଳ ମିଶନ ହସ୍ପିଟାଲ ଓ ପରେ ବଲାଙ୍ଗିରକୁ ଚିକିତ୍ସା ପାଇଁ ନେଇଥିଲେ । ଗୁରୁବାର ଶିଶୁକୁ ଗୁରୁତର ଅବସ୍ଥାରେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

jay balangir
Leave A Reply

Your email address will not be published.

five × 5 =