pakka

କୋସଲି ସଂସ୍କୃତି ଗବେଷକ ରୁଦ୍ରମଣି ମେହେରଙ୍କ ଶୁଦ୍ଧିକ୍ରିୟା ଅବସରରେ ଶ୍ରଦ୍ଧାଞ୍ଜଳି ସଭା

bbehera

ପାଟଣାଗଡ, (କେପିଏନ୍‌ଏସ୍‌) : ଯୁବ କୋଶଲ ସଂଗ୍ରାମୀ ତଥା କୋସଲି ସଂସ୍କୃତି ଗବେଷକ ରୁଦ୍ରମଣି ମେହେରଙ୍କ ଶୁଦ୍ଧିକ୍ରିୟା ଅବସରରେ ଏକ ସ୍ମୃତିସଭା ମହେଶ୍ୱର ମିଳନ ମଣ୍ଡପ ପାଟଣାଗଡଠାରେ ଅନୁଷ୍ଠିତ ହୋଇଯାଇଛି । ଜଣେ ମେଧାବୀ ଛାତ୍ର ତଥା ଶୃଙ୍ଖଳିତ ଚରିତ୍ରର ବ୍ୟକ୍ତିତ୍ୱ ରୁଦ୍ରମଣି ମେହେରଙ୍କର ମାତ୍ର ୨୩ ବର୍ଷ ବୟସରେ ଅକାଳ ବିୟୋଗ ହେଲା । ସେ ଆମ ଅଞ୍ଚଳରୁ ଲୋପ ପାଇଯାଉଥିବା କଳା ସଂସ୍କୃତିକୁ ଗବେଷଣା କରିବା ସହିତ ତାର ପ୍ରଚାର ପ୍ରସାର ଦିଗରେ ତାଙ୍କର ବିଶେଷ ଭୂମିକା ରହିଥିଲା ବୋଲି ସଭାରେ ମତ ପ୍ରକାଶ ପାଇଛି । ତାଙ୍କ ବିୟୋଗରେ ସମଗ୍ର କୋଶଳାଞ୍ଚଳବାସୀଙ୍କ ମନରେ ଶୋକର ଛାୟା ଖେଳି ଯାଇଛି । ଆଜିର ସ୍ମୃତିଚାରଣ ସଭାରେ ଭକ୍ତବନ୍ଧୁ ବିଶ୍ୱାଲ, ଶାନ୍ତନୁ ବୁଧିଆ, ଲାଲଚନ ବଗର୍ତ୍ତୀ, କ୍ଷୀରୋଦ୍ର କୁମାର ସାହୁ, ସନ୍ତୋଷ କୁମାର ଦାଶ, ପିଣ୍ଟୁ ମେହେର, ଶଶୀକାନ୍ତ ଧରୁଆ, ଡିଙ୍ଗର କୁମ୍ଭାର, ଅର୍ପଣ ଦାଶ ନାୟକ, କାହ୍ନା ମେହେର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

fourteen − 7 =