pakka

ପଦ୍ମପୁର ଉପନିର୍ବାଚନ : ହେଭି ମାର୍ଜିନ୍‌ରେ ବିଜେଡ଼ି ଆଗୁଆ

bbehera

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ହେଭି ମାର୍ଜିନ୍‌ରେ ବିଜେଡ଼ି ଆଗରେ ରହିଛି । ୨୦ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥିନୀ ବର୍ଷା ସିଂ ବରିହା ୧୦୩୮୪୯ ଭୋଟ ପାଇ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩୫ ହଜାର ୧୬୭ ଖଣ୍ଡ ଭୋଟରେ ପଛରେ ପକାଇଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ୨୦ ରାଉଣ୍ଡ ସୁଦ୍ଧା ସମୁଦାୟ ୬୮ ହଜାର ୬୮୨ ଭୋଟ ମିଳିଛି । ବିଜେପି. ଶିବିରର ସମସ୍ତ ଅଙ୍କକଷା ବିଫଳ ହୋଇଥିବା ବେଳେ ବିଜେଡ଼ି ଶିବିରରେ ବେଶ୍‌ ହର୍ଷୋଲ୍ଲାସ ଦେଖିବାକୁ ମିଳିଛି । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୦ ରାଉଣ୍ଡ ସୁଦ୍ଧା ମାତ୍ର ୩୧୯୮ ଭୋଟ ପାଇଛନ୍ତି ।

Leave A Reply

Your email address will not be published.

1 − 1 =