centurian jitm

କୋହଲା ନୃତ୍ୟ ପରିବେଶଣ କରି ସିଂହାଚଳମ୍ କ୍ଷେତ୍ର ଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିଆବାଲି ସ୍ଥିତ ଘଡଘଡାପଲ୍ଲୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦୀ) ଅନୁଷ୍ଠାନର ସଭାପତି ତଥା ଜୟଦେବ ପୁରଷ୍କାରପ୍ରାପ୍ତ- ବଡଦାସୁଡୁ ନୃତ୍ୟଗୁରୁ ଆର୍‌. ସତ୍ୟମ ରେଡ୍ଡୀଙ୍କ ନେତୃତ୍ୱରେ ପ୍ରାୟ ୩୦୦ ଦାସୁଡୁ ଭକ୍ତମାନେ ଗତ ତିନିଦିନ ଧରି ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ସିଂହାଚଳମ୍ କ୍ଷେତ୍ରପୀଠକୁ ଯାତ୍ରା କରିଛନ୍ତି । ବିଶ୍ୱଶାନ୍ତି, ସଦଦ୍ଭାବନା ଓ ଭକ୍ତିବାଦର ସ୍ୱରନେଇ କୋହଲା କଳାକାରଙ୍କ ପବିତ୍ର କାର୍ତ୍ତିକ-ମହାଯଜ୍ଞ ନିମନ୍ତେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ସେବାଧାରୀ ମାନେ ସ୍ୱାମିନୀ ପୁଷ୍କରିଣୀ ଗଙ୍ଗାମାତାଙ୍କ ଠାରୁ କୋହଲା ଜାଳି ନୃତ୍ୟ ଗୀତ କରି, ଝାଞ୍ଜତାଳ ମୃଦଙ୍ଗ, ବେରି ତୂଳି ଓ ଶଙ୍ଖନାଦରେ ଗୋପାଳପାଟ୍ଟଣାମ୍‌ରେ ସେବା ପ୍ରଦାନ ଲାଗି କରିକି ୯୯୯ ପାହାଚ ଚଢି ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ପୀଠରେ ପହଂଚିଥିଲେ । ପର୍ବତ ଶିଖରକୁ ଦାସୁଡୁ ଭକ୍ତ ମାନେ ଯାତ୍ରା କଲା ବେଳେ ପର୍ବତ ଶିଖରରେ ଥିବା ମାଳଧାରଣ ଗୁରୁ ଶ୍ରୀ ଶ୍ରୀ ରାଜୁ ସ୍ୱାମୀ ସମସ୍ତ ସେବାଧାରୀ ଦାସୁଡୁଙ୍କୁ ସମ୍ମାନିତ କରି ପାଛୋଟି ନେଇଥିଲେ । ଭଗବାନ ଶ୍ରୀଶ୍ରୀ ନୃସିଂହନାଥଙ୍କ ଦର୍ଶନ କରି ବିଭୂକୃପା ଲାଭ କରି ଆନନ୍ଦରେ ବିଭୋର ହୋଇ ଉଠିଥିଲେ । ମହାପ୍ରଭୁଙ୍କ ନାମରେ ଜୟଗାନ କରି ଉଦଣ୍ଡ କୀର୍ତ୍ତନରେ ପ୍ରଭୁଙ୍କ ନାମ ଉଚ୍ଚାରଣ ସହ ଆନନ୍ଦରେ ନାଚି ଉଠିଥିଲେ ।

Leave A Reply

Your email address will not be published.